ଜିଆଇଇଟି ବିଶ୍ବବିଦ୍ୟାଳୟ ପକ୍ଷରୁ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିସାର ଖାଦ୍ୟ ବଣ୍ଟନ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଜିଆଇଇଟି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଗୁଣୁପୁର ବ୍ଲକର ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୃଷ୍ଟିସାର ଖାଦ୍ୟ ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ପ୍ରଦାନ କରିଥିଲେ ଏବଂ ଏହି ମାଗଣାରେ ପୃଷ୍ଟିସାର ଖାଦ୍ୟ ଛଅମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି କହିଲେ । ଏଥିରେ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ଼ଃ ମମତା ସାହୁ, ଯକ୍ଷ୍ମା ଜିଲ୍ଲା ସଂଯୋଜକ ନବୀନ କୁମାର ମହାନ୍ତି, ସସ୍ମିତା ମହାରଣା, ବିଶ୍ବ ବିଦ୍ୟାଳୟର ସ୍କୁଲ ଅଫ ମ୍ୟାନଜମେଣ୍ଟର ଡିନ ଏମ ଜଗଦୀଶ ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଯକ୍ଷ୍ମା ରୋଗ ବିଷୟରେ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନସୁ ଶେଖର ରଥ ପରିଚଳନା କରିଥିବା ବେଳେ ପ୍ରଫେସର ବାଣୀ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।