ଦାରିଙ୍ଗବାଡିରେ ବିଶ୍ବ ମାନବାଧିକାର ଦିବସ ପାଳନ ଅବସରେ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଶୀତ ବସ୍ତ୍ର ପ୍ରଦାନ କଲେ ନମିତା ପରିଡ଼ା…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଠାରେ ଆଜି ବିଶ୍ବ ମାନବାଧିକାର ଦିବସ ପାଳନ କରାଯାଇଛି । ମାନବାଧିକାର କର୍ମୀ ନମିତା ପରିଡ଼ାଙ୍କ ନେତୃତ୍ୱରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ତହସିଲଦାର ଡ଼. ଆଶୋକ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରିକା ମଲିକ, ସମିତି ସଭ୍ୟ କାଳୀ ପ୍ରସାଦ ମଲ୍ଲିକ, ନାଏବ ସରପଞ୍ଚ ଦୀପକ ପ୍ରଧାନ, ଉଦୟ ଭାରତ ଚାରି ଟେବୁଲ୍ ଟ୍ରଷ୍ଟ ପ୍ରେସିଡେଣ୍ଟ ସୁବ୍ରତ ମନ୍ତ୍ରୀ, ମାନବ ଅଧିକାର ଜିଲ୍ଲା ସଭାପତି ଅଲୋକା ପ୍ରଭା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ବିଶ୍ବ ମାନବ ଦିବସ ପାଳନ ଅବସରରେ ଉପସ୍ଥିତ ଜନସାଧରଣଙ୍କୁ ବକ୍ତାମାନେ ଆଇନ୍ କାନୁନ୍ ଉପରେ ସଚେତନତା କରିବା ସହ ବାଲ୍ୟ ବିବାହ ରୋକିବା ପାଇଁ ପରାମର୍ଶ ଦେଇଥିଲେ । ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ଲହରୀ ବୃଦ୍ଧି ପାଉଥିବା ବେଳେ ଅସହାୟ ବୃଦ୍ଧ, ବୃଦ୍ଧା ଏବଂ ଭିନ୍ନ କ୍ଷମ ଲୋକମାନଙ୍କୁ ସ୍ଵେଚ୍ଛାସେବୀ ତଥା ମାନବ ଅଧିକାର ବ୍ଲକ ସଭାପତି ନମିତା ପରିଡ଼ାଙ୍କ ତରଫରୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଥିଲା । ନମିତା ପରିଡ଼ାଙ୍କ ଏହି ଭଳି କାର୍ଯ୍ୟ କଳାପକୁ ଦେଖି ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରିଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିଲେ ।