ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ସିନିୟର୍ ବି.ଇ.ଓ ଏସ୍ ଧନଞ୍ଜୟ ଯୋଗ ଦେଇ ଉପସ୍ଥିତ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଭାବ ବିନିମୟ କରିଥଲେ । ସରକାରୀ ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟରେ ଜାରି ରହିଥିବା FLN, LEP ଓ LRP ଭଳି କାର୍ଯ୍ୟକ୍ରମ ଗୁଡ଼ିକ ସମ୍ବନ୍ଧୀୟ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସ଼୍ବାଗତ ଭାଷଣ ଦେଇଥିଲେ ଶିକ୍ଷକ ନିର୍ମଳ କୁମାର ସ୍ୱାଇଁ । ପ୍ରଧାନ ଶିକ୍ଷୟିତ୍ରୀ ରତ୍ନପ୍ରଭା ଦାଶ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତୀରେ ଅଭିଭାବକମାନଙ୍କ ସହଯୋଗ ସମ୍ପର୍କରେ ବର୍ଣ୍ଣନା କରିଥିବା ସିଆରସିସି ସନ୍ତୋଷ କୁମାର ସାହୁ ଉପସ୍ଥିତ ଅଭିଭାବକଙ୍କୁ ବିଦ୍ୟାଳୟ ପ୍ରତି ଆନ୍ତରିକତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ରଞ୍ଜୁଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ନନ୍ଦିନୀ ଶତପଥୀ, ପାର୍ବତୀ ପାତ୍ର, ଶିକ୍ଷକ ସୂର୍ଯ୍ୟ ନାରାୟଣ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।