ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ତରଫରୁ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଏବଂ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ ଓଡ଼ିଆ ବିଭାଗ ମୁଖ୍ୟ ସ୍ବର୍ଗତ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ ଙ୍କ ବିୟୋଗରେ ସ୍ମୃତି ସଭା ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି I ଏଥିରେ ସଭାପତି କୃତିବାସ ବିଶ୍ବାଳଙ୍କ ସମେତ ଉପସଭାପତି ନେତାଜୀ ବିଷୋୟୀ, ଦୁଇ ଉପଦେଷ୍ଟା ଶୂଳପାଣୀ ଶତପଥୀ ଓ ଜଗବନ୍ଧୁ ଜେନା, ସଂପାଦକ ସନ୍ତୋଷ ଜେନା, ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, କୋଷାଧକ୍ଷ ତ୍ରିନାଥ ବେହେରା, ସାଂସ୍କୃତିକ ସଂପାଦକ ଅଶୋକ ସ୍ବାଇଁ, ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ, ସୁବାଷ ଚନ୍ଦ୍ର ତାରିଣୀ, ନାରାୟଣ ମହାରଣା, ରାମ ପ୍ରସାଦ ମିଶ୍ର, ସନ୍ତୋଷ କୁମାର ସାହୁ, ବିଭୂତି ଭୂଷଣ ଜେନା, ବିକ୍ରମ ସ୍ବାଇଁ, ନିଲାଞ୍ଚଳ ପ୍ରଧାନ, ସଦସ୍ୟା ଡାକ୍ତର ଗାୟତ୍ରୀ ସାହୁ,ସୁଜାତା ସିଂ, ଶୁଭସ୍ମିତା ଦାଶ, ସୁଜାତା ଦାଶ, ରାଜଲକ୍ଷ୍ମୀ ସାହୁ, ତପସ୍ବିନୀ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପ୍ରଫେସର ଆଚାର୍ଯ୍ୟଙ୍କ ସ୍ମୃତି ଚାରଣ କରିଥିଲେ I ସ୍ବର୍ଗତ ଡକ୍ଟର ଆଚାର୍ଯ୍ୟଙ୍କ ଓଡ଼ିଆ ସାହିତ୍ୟ ଜଗତକୁ ବିଶିଷ୍ଟ ଅବଦାନ ନିମିତ୍ତ ସମ୍ମାନ ଜଣାଇ ଏହି ଅବସରରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ମରୋଣତ୍ତତ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ ନିମିତ୍ତ ସମ୍ବାଦ ସାହିତ୍ୟ ଘର ତରଫରୁ ଦାବୀ ଉପସ୍ଥାପନ କରାଯାଇଥିଲା I