ଏନଏସଏସ ଓ ୟୁଥ ରେଡକ୍ରସର ମିଳିତ ସହଯୋଗରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରରେ କଲେଜ ଛାତ୍ର ଛାତ୍ରୀ ସ୍ୱଛାକୃତ ଭାବେ ରକ୍ତଦାନ କରିଛନ୍ତି I କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତା ଏବଂ ତତ୍ୱାବଧାନରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ସୁଚାରୁ ରୂପେ ଅନୁଷ୍ଠିତ ହୋଇଛି I ଏହି ରକ୍ତଦାନ କାର୍ଯ୍ୟକ୍ରମ ଏନଏସଏସ ଓ ରେଡକ୍ରସ ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା I ସମୁଦାୟ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା କଲେଜ କର୍ତୃପକ୍ଷ ସୂଚନା ଦେଇଛନ୍ତି I ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର, ଫୁଲବାଣୀରୁ ଡକ୍ଟର ଜଗଦୀପ ଘୋଷ ଏବଂ ତାଙ୍କ ଟିମ ପକ୍ଷରୁ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏନଏସଏସ ଗ୍ରୁପର ସଂଯୋଜିକା ସବିତା ଟୁଡୁ ଛାତ୍ର ଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ I