ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଚର୍ଚ୍ଚ ପ୍ରାଙ୍ଗଣ ଠାରେ ସଂଖ୍ୟା ଲଘୁ ସମ୍ପ୍ରଦାୟର କର୍ମକର୍ତ୍ତାଙ୍କୁ ନେ଼ଇ ବିଶ୍ଵସଂଖ୍ୟା ଲଘୁ ଦିବସ ପାଳନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସଂଖ୍ୟାଲଘୁ ସୋସିଆଲ ଫୋରମ ର ସଭାପତି ରାମ ଦଳ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆବାହକ ରସାନନ୍ଦ ପାଣି, ଏନ୍ ସି ଡି ସି ର ରାଜ୍ୟ ସଭାପତି ପ୍ରଫୁଲ୍ଲ ଲିମା, ବ୍ଲକ ଆବାହକ ପ୍ରଶାନ୍ତ ବୀର, କନ୍ଧମାଳ ଜିଲ୍ଲା ଆବାହକ ପ୍ରସନ୍ନ କୁମାର ବିଶୋଇ, ପ୍ରସିଦ୍ଧ କୁମାର ନାୟକ, ମନୋଜ କୁମାର ଦିଗାଲ, ସନ୍ତୋଷ ଜୟପତି, ପ୍ରମୋଦ କୁମାର ପ୍ରଧାନ ସମେତ କନ୍ଧମାଳ ଓ ଗଜପତି ଜିଲ୍ଲା ର କର୍ମ କର୍ତ୍ତା ମାନେ ଯୋଗ ଦେଇଥିଲେ । ଏହି ଅବସରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ବିଭିନ୍ନ ସମସ୍ୟା କୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପ୍ରି ଖ୍ରୀଷ୍ଟ ମାସ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ଏହି ସମ୍ପ୍ରଦାୟର ଲୋକେ ବିଭିନ୍ନ ସରକାରୀ ଯୋଜନାରୁ ବାଦ୍ ପଡ଼ୁଥିବା ବେଳେ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାମନ୍ତ୍ରୀଙ୍କ ୧୫ ସୁତ୍ରୀ ଯୋଜନା (ଏମ୍ ଏସ ଡି ପି ) ଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନଥିବା ରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସରକାର ଙ୍କ ଅନେକ ଯୋଜନାରୁ ବାଦ୍ ପଡୁଛନ୍ତି । ଏସବୁକୁ ଦୃଷ୍ଟି ରେ ରଖି ଗଜପତି ଜିଲ୍ଲା ମୋହନା ସ୍ଥିତ ଅନୁଗ୍ରହ ପୀଠରେ ଆଗାମୀ ଡ଼ିସେମ୍ବର ମାସ ୧୮ ତାରିଖ ଦିନ ପଳନ ହେବାକୁ ଯାଉଥିବା ବିଶ୍ଵ ସଂଖ୍ୟାଲଘୁ ଦିବସ ଓ ପ୍ରି ଖ୍ରୀଷ୍ଟ ମାସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକ ରେ ଶ୍ରୀ ଦଳ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଆବାହକ ରସାନନ୍ଦ ପାଣି ବୈଠକର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ I ଶେଷରେ ପ୍ରସନ୍ନ କୁମାର ବିଶୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।