ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖି ସ୍ବାସ୍ଥ୍ୟକର୍ମୀ ଓ ପରିଦର୍ଶକ ମିଳିତ ମହାସଂଘର ଅନିର୍ଦ୍ଧିଷ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ପ୍ରାୟ ୨୦୦୦୦/-( ପ୍ରାୟ ୧୦୦୦୦ ସଂଖ୍ୟକ ବହୁମୁଖି ସ୍ବାସ୍ଥ୍ୟ କର୍ମି ମହିଳା, ପ୍ରାୟ ୫୦୦୦ ସଂଖ୍ୟକ ବହୁମୁଖି ପୁରୁଷ, ୧୫୦୦ ବହୁମୁଖି ସ୍ବାସ୍ଥ୍ୟ ପରିଦର୍ଶକ ଓ ୧୨୦୦ ବହୁମୁଖି ମହିଳା ପରିଦର୍ଷିକା) ଦୀର୍ଘଦିନ ଧରି ସେମାନଙ୍କର ନ୍ୟାର୍ଯ୍ୟ ଦାବି ଯଥା:- କ୍ୟାଡ଼ର ପୁନର୍ଗଠନ ପ୍ରକ୍ରିୟାରେ ସରକାର ଚରମ ଅବହେଳା କରାଯାଉଥିବା ନେଇଁ ଅସନ୍ତୋଷର ବହ୍ନି ଏଇ ତୃଣମୂଳ କାର୍ଯ୍ୟରତ ୨୦୦୦୦ ବହୁମୁଖି ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପରୋକ୍ଷ ଭାବରେ ଆନ୍ଦୋଳନ ଆଭିମୁଖ୍ୟ ଆଡ଼କୁ ବାଧ୍ୟ କରୁଛି ।ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଚାକିରି କାଳରେ ୪ ରୁ ୫ ଟି ପଦନ୍ୱୋତି ପାଉଥିବା ବେଳେ ଏହି ବହୁମୁଖି ସ୍ବାସ୍ଥ୍ୟ କର୍ମୀମାନେ ମାତ୍ର ଗୋଟିଏ ପଦନ୍ୱୋତି ପାଉଥିବା ଓ କେହି କେହି ବିନା ପଦନ୍ୱୋତି ରେ ଚାକିରିରୁ ଅବସର ନେଉଥିବା ସୂଚନା ମିଳିଛି । ଏହାର ପ୍ରତିବାଦ ସ୍ବରୂପ ଗତ ୨୦୨୧ ଜାନୁଆରୀ ମାସରେ ସରକାରଙ୍କ ତରଫରୁ ଭୟଙ୍କର ମହାମାରୀ କୋଭିଡ ଟିକା ଗ୍ରହଣ କରିନଥିଲେ କିନ୍ତୁ ଜନ ସାଧାରଣଙ୍କୁ ଟୀକା ପ୍ରଦାନରେ ପୂର୍ଣ୍ଣ ସୋହଯୋଗ କରିଥିବା ସୂଚନା ରହିଛି । ପ୍ରାପ୍ତ ସୂଚନା ଅନୁସାରେ ସ୍ବାସ୍ଥ୍ୟ କର୍ମୀଙ୍କ ଦାବି ଗୁଡ଼ିକ ହେଲା ବିଭିନ୍ନ ବିଭାଗ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପରି ଆମ ବହୁମୁଖି ସ୍ଵାସ୍ଥ୍ୟ କର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ କରି ଚାକିରି କାଳରେ ସର୍ବନିମ୍ନ ଚାରୋଟି ପଦନ୍ୱୋତି, ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ତା ୩ /୧୧/୨୦୨୨ ରିଖରେ ପ୍ରକାଶିତ ବିଜ୍ଞପ୍ତି କୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ଼ ପେ୪୨୦୦/-, ୪୬୦୦/-, ୪୮୦୦/- ଆରଏସିପି ଆକାରରେ ପ୍ରଦାନ କରାଯିବା, ୨୦୧୩ ମସିହାରେ ଜିଏ ଓ ପିଜି ବିଭାଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି କୁ ପ୍ରତ୍ୟାହାର କରି ତାର ବିକଳ୍ପରେ ଠୀକା ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ଠୀକା ବ୍ୟବସ୍ଥାକୁ ଉଚ୍ଛେଦ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ସେହି ନିର୍ଦ୍ଦେଶ ଆମ ବିଭାଗ ଅଧିନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ୨୦୦୪ ରୁ ୨୦୧୩ ମଧ୍ୟରେ ଓ ଆରଭି ଆକ୍ଟରେ ଠିକା ଚାକିରି କରୁଥିବା ବହୁମୁଖି ସ୍ବାସ୍ଥ୍ୟକର୍ମୀ ଙ୍କ ପାଇଁ ଉଦ୍ଧିଷ୍ଟ କରାଯିବା, ଯାହା ଦ୍ବାରା ପୂର୍ବରୁ କରି ଆସିଥିବା ଠିକା ଚାକିରି କାର୍ଯ୍ୟକଳକୁ ମୂଳ ଚାକିରୀରେ ଗଣନା କରି ୬ ଗୋଟି ନେସନାଲ ଇନକ୍ରୀମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯିବା, ବହୁମୁଖି ସ୍ଵାସ୍ଥ୍ୟକର୍ମି (ପୁରୁଷ/ ମହିଳା) ଓ ବହୁମୁଖି ସ୍ବାସ୍ଥ୍ୟ ପରିଦର୍ଶକ(ପୁରୁଷ/ ମହିଳା) ପଦବୀର ନାମ ପରିବର୍ତ୍ତନ କରାଯାଉ, ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ କରାଯିବା, ଉପରୋକ୍ତ ବର୍ଣ୍ଣିତ ୫ ଦଫା ଦାବି ପୂରଣ କ୍ଷେତ୍ରରେ ସରକାର ଯଦି ତ୍ୱରିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ୨୦୦୦୦ ସ୍ଵାସ୍ଥ୍ୟ କର୍ମୀ ମାନେ ଆସନ୍ତା ୭/୧୨/୨୦୨୨ ଠାରୁ ବ୍ଲାକ ବ୍ୟାଜ ପିନ୍ଧି ନୀରବ ପ୍ରତିବାଦ କରିବା ନେଇ ସୂଚନା ମିଳିଛି ତଥାପି ସରକାର ଯଦି ଦାବି ଗୁଡ଼ିକୁ ନେଇ ଗୁରୁତ୍ଵ ନ ଦିଅନ୍ତି ତେବେ ଏହାର ଠିକ୍ ଏକ ସପ୍ତାହ ପରେ ଅର୍ଥାତ୍ ୧୪/୧୨/୨୦୨୨ ଠାରୁ ଅସୋହଯୋଗ ଆନ୍ଦୋଳନ କରିବେ (କାର୍ଯ୍ୟରେ ଯୋଗ ଦେବେ କିନ୍ତୁ କୌଣସି ରିପୋର୍ଟ ଦେବେ ନାହିଁ କି ୱେବ୍ ବେସ୍ଡ ଏଣ୍ଟ୍ରି କରିବେ ନାହିଁ) ତଥାପି ଦାବି ପୁରଣ ନ ହେଲେ ଆସନ୍ତା ୨୧/୧୨/ ୨୦୨୨ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଦ୍ବାରା ତୃଣମୂଳ ସ୍ତରରେ ବିଭିନ୍ନ ପ୍ରକାରର ବିଭାଗୀୟ କାର୍ଯ୍ୟକ୍ରମ ଯଥା:- ଟୀକାକରଣ ପରିଚାଳନା, ମମତା ଦିବସ ପରିଚାଳନା, ଜାତୀୟ ସ୍ବାସ୍ଥ୍ୟ ଦିବସ ପରିଚାଳନା, ଯକ୍ଷ୍ମା ରୋଗୀ ମାନଙ୍କୁ ହସ୍ପିଟାଲ୍ କୁ ପ୍ରେରଣ କରିବା, କୁଷ୍ଠ ରୋଗର ନିରାକରଣ, ଅନ୍ଧତ୍ବ ଦୂରୀକରଣ ସଚେତନତା, ଗାଁ କଲ୍ୟାଣ ସମିତି ପରିଚାଳନା, ଅଣ – ସଂକ୍ରମକ ରୋଗ ଶିବିର ପରିଚାଳନା, ଇତ୍ୟାଦି ସମସ୍ତ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହେବ ଏବଂ ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ଦାୟୀ ରହିବେ ବୋଲି କାର୍ଯ୍ୟରତ କର୍ମଚାରୀ ସରକାର ଙ୍କୁ ଚେତାବନୀ ଦେବା ସହ ଏକ ଦାବି ପତ୍ର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ରତିକାନ୍ତ ସାହୁଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ଏହାର ଏକକିତା ନକଲ ସ୍ବାସ୍ଥ୍ୟ ସଚିବ, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି।