ରାଜ୍ୟ ସରକାରଙ୍କ ସିଏମ କାର୍ଯ୍ୟାଳୟ ଯୁଗ୍ମ ସଚିବଙ୍କ ଅଚାନକ ଘୁ.ଉଦୟଗିରି ଗସ୍ତ, ଆଶ୍ଚର୍ୟ୍ଯ ଚକିତ ହେଲେ ସରକାରୀ କର୍ମଚାରୀ….
ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ର ଯୁଗ୍ମ ସଚିବ ମନୋଜ ସ୍ୱାଇଁ ଅଚାନକ ଘୁ.ଉଦୟଗିରି ବ୍ଲକ ଗସ୍ତ କରି ୫ଟି ମାଧ୍ୟମରେ ରୂପାନ୍ତରିତ ହୋଇଥିବା ସମସ୍ତ ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟର ସମସ୍ତ କାର୍ଯ୍ୟ ଛାତ୍ରଛାତ୍ରୀଙ୍କ ପାଠ ପଢା ନିମନ୍ତେ ଲାଗିଥିବା ସମସ୍ତ ଆନୁସାଙ୍ଗିକ ସାମଗ୍ରୀ ଏବଂ ବିଭିନ୍ନ ଉପକରଣ ତଦାରଖ କରିଥିଲେ । ଏହା ସହ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ୧୫ ମିନଟ କାଳ ପାଠ ପଢ଼େଇବା ସହ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ମିଶି ପାଠ ପଢ଼ାର ଉନ୍ନତି କିଭଳି ହୋଇପାରିବ ଆଗାମୀ ଦିନରେ ଏହି ଅଞ୍ଚଳର ଛାତ୍ର ଛାତ୍ରୀମାନେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ତା ପ୍ରତି ସ୍ବତନ୍ତ ଧ୍ୟାନ ଦେବାକୁ କହିଥିଲେ ।
ଏହାପରେ ହବାକ ଉଚ୍ଚ ବିଦ୍ୟାଳୟ ଏବଂ ଲିଙ୍ଗାଗଡ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ କହିଥିଲେ ଆଗାମୀ ୬ମାସ ଭିତରେ ମୁଁ ପୁଣି ଆସିବି ଆସିଲା ବେଳେ ଯେମିତି ମୁଁ ଶୁଣିବି ସମସ୍ତ ବିଦ୍ୟାଳୟ ରେ ୧୦ ଜଣ ଲେଖାଏଁ ପିଲା “ଏ ୱାନ୍” ରେ ପାସ କରିଛନ୍ତି । ପାଖରେ ସ୍ଥାନୀୟ ବିଡ଼ିଓ ଆଶିଷ କୁମାର ତ୍ରିପାଠୀ, ଏଇ ମଳୟ ବେହେରା ଉପସ୍ଥିତ ଥିଲେ। ୫ଟି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ରେ ଯେଉଁ ଅଧିକାରୀ ମାନେ ନିଷ୍ଠା ର ସହ କାର୍ଯ୍ୟକୁ ସଫଳ କରିଛନ୍ତି ସମସ୍ତ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାତ ମିଶେଇ ସାଧୁବାଦ ଜଣେଇଥିଲେ । ଆସନ୍ତା ଥର ଆସିଲେ କାଲିଗାଡୁ ହିଲଟପ ବୁଲି ଯିବି ଆପଣମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ସହ ଲୋକଙ୍କ ପାଇଁ କାମ କରନ୍ତୁ ବୋଲି କହିଥିଲେ । ଯୁଗ୍ମ ସଚିବଙ୍କ ଅଚାନକ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳର କୌଣସି ଅଧିକାରୀ ଅବଗତ ନଥିବା ଯୋଗୁଁ ହଟାତ ଯୁଗ୍ମ ସଚିବଙ୍କୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ପରେ ଯୁଗ୍ମ ସଚିବ ସମସ୍ତ ୫ଟି ବିଦ୍ୟାଳୟ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିବା ପରେ ସମସ୍ତ ଅଧିକାରୀ ଆଶ୍ୱସ୍ତ ହୋଇଥିଲେ ।