ଗୁଣପୁରରେ ପୁଣି ଲୁଟେରା ସକ୍ରିୟ, ଲୁଟି ନେଲେ ସୁନା ଓ ଟଙ୍କା…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଏବେ ଅସୁରକ୍ଷିତ ହୋଇପଡ଼ିଛି । ପୁରୁଣା ଗୁଣପୁର ପାଇକ ସାହିର   ଘଟିଛି ଏକ ଅଭାନିୟ ଘଟଣା l ଏକ ସୁନା ଗହଣା ଦୋକାନ ଲୁଟ ଘଟଣାର ଘଟଣାର ପୁଲିସ ସନ୍ଧନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍  ଛାନ୍‌ଭିନ କରିଛି । ପ୍ରକାଶ ଥାଉକି, ପୁରୁଣା ଗୁଣପୁରର ପ୍ରଶାନ୍ତ କୁମାର ଜେନାଙ୍କ ପରିବାରର ବାହାଘର ଥିବା ହେତୁ ଗତ ଶନିବାର ଦିନ ରାଉଲକେଲା ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତ ଘରର କବାଟ ତାଡ଼ିବା ପରେ ଆଲମିରା ଭାଙ୍ଗି ସମସ୍ତ ସୁନା ଓ ରୂପା ଅଳଙ୍କା ଓ ଟଙ୍କା ଚୋରି କରିଥିଲେ । ବାରମ୍ବାର ଚୋରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ସକାଳେ ଉମାକାନ୍ତ ପ୍ରଧାନଙ୍କ ଘର ମାଲିକଙ୍କ ଉପର ଘର କାମ ଚାଲିଥିବାରୁ ସେ ଯାଇଥିଲେ ତତ୍ ସଙ୍ଗେ ଦେଖିବା ପାଇଲେ ଘର କବାଟ ଖୋଲାଥିବା ଦେଖିବା ପରେ ଗ୍ରାମବାସୀ ଏ ସଂପର୍କରେ ପ୍ରଶାନ୍ତଙ୍କୁ ଜଣାଇଥିଲେ ତାହା ସହ ପୁଲିସ ଜଣାଇଥିଲେ । ଏନେଇ ଘର ମାଲିକ ଗୁଣପୁର ଥାନାରେ ଅଭିଯୋଗ କରିବା ପରେ ଥାନାର ଏସ୍.ଆଇ ରବୀନ୍ଦ୍ରନାଥ ଗୌଡ଼ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଆଜି ରାୟଗଡ଼ାରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ଡକାଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ କହିଛନ୍ତି । ଘରରୁ ସୁନା କାନ ଫୁଲ ୬ ଗୋଟି, ଟଙ୍କା ୫୦,୦୦୦ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ଗୁଣପୁର ଥାନାରେ କେଶ୍ ନଂ ୨୨୦/୨୨ ଦଫା ୪୫୭/୩୮୦ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି । ସହର ମଧ୍ୟରେ ବାରମ୍ବାର ଚୋରି ଯୋଗୁ ଲୋକେ କୌଣସି କାମରେ ତାଲା ପକାଇ ବାହାରକୁ ଯିବାକୁ ସୁରକ୍ଷିତ ମାନୁନାହାନ୍ତି । ପୁଲିସ ରାତ୍ରି ପାଟ୍ରୋଲିଂ କରୁଥିବା ଦାବି କରୁଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରା ଯାଉନ ଥିବା ଦେଖା ଦେଇଛି l ତେଣୁ ପୁଲିସର କାର୍ଯାଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।