ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରର ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ….

ଅନୁସନ୍ଧାନ ଭାରତ(ବ୍ୟୁର): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ  ରଜତ ଜୟନ୍ତୀ ଉତ୍ସବର ଶୁଭ ଉଦଘାଟନ ଯଥାବିଧି ଅନୁସାରେ ହୋଇଛି । ଏହି ବସରରେ ସ୍ଥାନୀୟ  ଵିଧାୟକ ଶ୍ରୀ ରଘୁନାଥ  ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଶିକ୍ଷା  ବିକାଶ ସମିତି ଦକ୍ଷିଣ ସଂଭାଗ, ସଂଭାଗ ସଭାପତି ଶ୍ରୀ ରୂପେଶ ସିଂ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ଶ୍ରୀମତୀ ସନ୍ତୋଷୀ ମହାପାତ୍ର  ସଂଯୋଜନା, ଆଚାର୍ଯ୍ୟ ଶ୍ରୀମାନ୍ କରନ୍ କଂସବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଭାପତି  ଶ୍ରୀ ବି ଗଜପତି ରାଓ, ସଂପାଦକ ଶ୍ରୀ ସୋମନାଥ ଗୌଡ  ଉପସଭାପତି ଶ୍ରୀ ମୀନକେତନ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ପି ଗୋବିନ୍ଦ ରାଓ ଓ ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ରହି ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ଓ କାର୍ଯ୍ୟକ୍ରମ ତଦାରଖ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ୨୫ ଜଣ  ମାତୄମଣ୍ଡଳୀଙ୍କୁ ନେଇ କଳସ ଯାତ୍ରା କରାଯାଇଥିଲା । ତତ୍ ପରେ ଅନୁଷ୍ଠାନର କଲ୍ୟାଣ  ନିମନ୍ତେ ଯଜ୍ଞ ଓ ହୋମ କରାଯାଇଥିଲା ।