ଏସବିଆଇ ଦଶମନ୍ତପୁର ଶାଖା ପକ୍ଷରୁ ସୁଲୋଚନାଙ୍କୁ ଦୁଇ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ…

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତରେ ରହିଥିବା ଡକାମରା ଗ୍ରାମର କେତନ ପରଜା ଏବଂ ସୁଲୋଚନା ପରଜାଙ୍କ  ପରିବାର ସୁଖ ଶାନ୍ତିରେ ବସ ବାସ କରି ଆସୁଥିବା ବେଳେ ହଠାତ୍ ସୁଲୋଚନାଙ୍କ ସ୍ବାମୀ କେତନଙ୍କ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ କେତନ ନିଜେ ଏସ୍ ବି ଆଇ ବ୍ୟାଙ୍କ ଖାତା ଖୋଲି ପିଏମ୍ ଜେଜେବିଓଇ  ବାର୍ଷିକ ୩୩୦ ଟଙ୍କାର ଇନ୍ସୁରେନ୍ସ୍ ବୀମା କରି ତାଙ୍କ ସ୍ତ୍ରୀ ସୁଲୋଚନା ପରଜାଙ୍କୁ ନୋମିନି ରଖିଥିବାରୁ ଆଜି ୧୫ଗୋଟି ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତରେ ଏସ୍ ବି ଆଇ ଦଶମନ୍ତପୁର ଶାଖା ପରିଚାଳକ ଶାଲେନ୍ କିଶୋର ମିନଜଙ୍କ ଜରିଆରେ ସ୍ଥାନୀୟ ବିଡିଓ ଦମ୍ବରୁଧର ମଲ୍ଲିକ ଦ୍ଵାରା  ସୁଲୋଚନା ପରଜାଙ୍କୁ ଦୁଇଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିବାର ଦେଖିବାକୁ ମିଳିଛି । ତାହା ସହ ସୁଲୋଚନା ପରଜାଙ୍କୁ ବିଡିଓ କୌଣସି ବ୍ୟବସାୟ କରି  ଜୀବନ ଜୀବିକା ନିର୍ବାହ କରିବା ନିମନ୍ତେ ଅନେକ ପ୍ରକାର ପରାମର୍ଶ ଦେଇଥିଲେ । ଏଥିରେ ଉପସ୍ଥିତ ଥିଲେ ବ୍ୟାଙ୍କ ମିତ୍ର ଯ୍ୟସ୍ମିନ୍ ହରିଜନ, ଖଗପତି ଜାନୀ, ସୁନ୍ଦର ଜାନୀ, ଲୋକନାଥ ପାଇକ୍, ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଯଥା ରାଜଲକ୍ଷ୍ମି ମାଝୀ, ସାଇବେଣି ଜାନୀ, ସବାଇ ମୁଦୁଲି, କୁନି ମୁଦୁଲି, କେତକି ଜାନୀ, ଚଞ୍ଚଳା ମୁଦୁଲି, ଓ ଚମ୍ପା ମୁଦୁଲି, ଇତ୍ୟାଦି। ପରେ କାର୍ଯ୍ୟକ୍ରମକୁ ପରିସମାପ୍ତି କରାଯାଇଥିଲା ।