ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରମିତ ନାୟକଙ୍କୁ ୩୯ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳାରେ କୃତିତ୍ୱ ହାସଲ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରମିତ ନାୟକ ତୁମୁଡିବନ୍ଧ ବ୍ଲକ ଶିକ୍ଷା ବିଭାଗ ପାଇଁ ଏକ ଖୁସିର ସମାଚାର ଆଣିବାରେ ସକ୍ଷମ ହୋଇଛନ୍ତି l ସରକାରୀ ଉଚ୍ଚ ବିଦ୍ୟାଳୟ ସୁଗୁଡାବାଡି ରାଇକିଆ ଠାରେ ଦିଦିନିଆ ଧରି ଚାଲିଥିବା ୩୯ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳାରେ କୃତିତ୍ୱ ହାସଲ କରି ରାଜ୍ୟ ସ୍ତରୀୟ ମେଳାକୁ ପାଦ ଦେଇ ତୁମୁଡିବନ୍ଧକୁ ଗୌରବ ଆଣିଛନ୍ତି l ଏହାର ଖବର ପାଇବା ପରେ ପ୍ରମିତ ନାୟକଙ୍କୁ ମୋବାଇଲର ହ୍ୱାଟ୍ସଅପ ଜରିଆରେ ଶୁଭେଚ୍ଛାର ସୁଅ ଛୁଟିଥିଲା l ବିଶେଷତଃ ତୁମୁଡିବନ୍ଧ ଭଳି ପଛୁଆ ବ୍ଲକକୁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଲଗାତାର ଅନ୍ୟ ପରିଚୟ ଦେଉଥିବା ଗାଇଡ଼ଟିଚର ରଶ୍ମିତା ରାଣୀ ନାୟକଙ୍କୁ ମଧ୍ୟ ଅଭିନନ୍ଦନ ଜଣେଇବା ପାଇଁ ପଛେଇ ଯାଇ ନ ଥିଲେ ଶିକ୍ଷକ ସମୂହ l ଛାତ୍ରର ପ୍ରତିଭା ଦେଖି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହୁ, ଶିକ୍ଷକ ସଙ୍ଘ ସଭାପତି କୁମର ପରାସେଟ, ତୁମୁଡିବନ୍ଧ ସାଧନ କର୍ମୀ ସିପାନା ମାଝୀ, ଦାରାସିଂ ବାରିକ, ଶରତ ଦେଶୀ ନାୟକ, ଏବିଇଓ ସାଂଗୁଡା ରୁପାମାଝୀଙ୍କ ସମେତ ଶିକ୍ଷକ ସମାଜରେ ଆନନ୍ଦ ଉଲ୍ଲାସର ଲହରୀ ଖେଳିଯାଇଛି l ଆଗାମୀ ଭବିଷ୍ୟତରେ ମଧ୍ୟ ଏଭଳି ନବ ପ୍ରତିଭା ନିପୁଣ ଦକ୍ଷତା ମାନ ସୃଷ୍ଟି କରି ତୁମୁଡିବନ୍ଧ ବ୍ଲକ ପାଇଁ ସୁନାମର୍ଜନ କରିବାକୁ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ l ଆଗାମୀ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ମେଳାରେ ଛାତ୍ର କଣ କରୁଛି ତାହାତ ସମୟ କହିବ ଆଜିର ଖାଦ୍ୟ ଆଜି ପାଇଁ ଯଥେଷ୍ଟ l କାରଣ ବାସି ପେଜ୍ କେ ଆଶା ନାହିଁ, ଆଜିର ଜୀବନ କାଲିକି ନାହିଁ l ବାସ୍ତବରେ ଜିଲ୍ଲା ସ୍ତରରେ ବାଜି ମାରିବା ଏକ ସହଜ ନ ଥାଏ କିନ୍ତୁ ନିଜର ପ୍ରଚେଷ୍ଟାରେ ଆଜି ରାଜ୍ୟ ସ୍ତରରେ ଉନ୍ନୀତ ହୋଇ ସମସ୍ତଙ୍କ ଠାରେ ହସ ଫୁଟାଇ ଥିବା ଛାତ୍ରଙ୍କୁ ସର୍ବେ ସାଧୁବାଦ ଜଣାଇ ଶୁଭ କାମନା କରିଥିଲେ l