ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଅଞ୍ଚଳର ପୁରାତନ ‘ତରୁଣ କଳାକାର ସଂସ୍ଥା’ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି ଆଦିବାସୀଙ୍କ ସମସ୍ୟା ଉପରେ ଆଧାରିତ ନାଟକ ‘ଆଜିର ମଣିଷ’ । ବିଶିଷ୍ଟ ନାଟ୍ୟକାର ମନ୍ମଥ କୁମାର ଶତପଥୀଙ୍କ ଦ୍ୱାରା ରଚିତ ଏବଂ ବରିଷ୍ଠ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ଶତପଥୀଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାରଙ୍କୁ ନେଇ ପରିବେଷଣ କରାଯିବ ବୋଲି ଜଣାପଡ଼ିଛି । ସ୍ଥାନୀୟ କେଏସୟୁବି କଲେଜ ଠାରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଥିଲା । ଅଭିନୟରେ ଅନ୍ୟମାନଙ୍କ ମଧ୍ୟରେ ତରୁଣ କଳାକାର ସଂସ୍ଥାର ସଦସ୍ୟ ଜୟକୃଷ୍ଣ ପଟ୍ଟନାୟକ, ଗୌରୀ ପଟ୍ଟନାୟକ, ଗଣେଶ ସିଂ, ପ୍ରଦୀପ ସାମନ୍ତରାୟ, ପ୍ରସାଦ ଆପଟ, ବିଷ୍ଣୁ ପ୍ରସାଦ ପଣ୍ଡା, ଟିକି ସାସମଲ, ବିରଞ୍ଚି ମିଶ୍ର, ପ୍ରଭାତ ମହାରଣା, ସନ୍ତୋଷ ସାହୁ, ମନୋଜ ଗୌଡ଼ ରହିଥିବା ବେଳେ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ସମ୍ପାଦକ ଅଜିତ ଶତପଥୀ, ଶୂଳପାଣି ଶତପଥୀ,ଅନୁପମ ବାନାର୍ଜୀ, ଡ଼. ଗୁରୁମୁର୍ତ୍ତି ନାୟକ, ଅଶୋକ ସ୍ୱାଇଁ, ଦୁର୍ଗା ମାଧବ ଦାଶ ଓ ମୁରଲୀ ଧର ପଣ୍ଡା ଏଥିରେ ସହଯୋଗ କରିଥିଲେ ।