ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମେରାପୁଲ୍ଲୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ତୁଆଗୁଡା କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୯୮% ଲୋକମାନେ ବସବାସ କରନ୍ତି । ସୁଚନା ପ୍ରକାରେ ଏହି ଗ୍ରାମଟିର( ପ୍ରାୟ ୧୯୬୨ ମସିହାଠାରୁ ୨୦୨୪ ଯାଏଁ ) ଦୀର୍ଘ ୬୨ ବର୍ଷ ପୂର୍ତ୍ତୀ ଅବସରେରେ ଏହି ପର୍ବଟି ପାଳନ କରlଯାଇଛି । ଏହି ଗ୍ରାମରଲୋକେ, ସମସ୍ତେ ଶାନ୍ତିଶୁଙ୍ଖଳାସହ ବହୁଆଡମ୍ବରେ କାର୍ତ୍ତୀକ ପୂର୍ଣ୍ଣିମା ବା ଅଷ୍ଟ ପ୍ରହରୀକୁ ପାଳନ କରନ୍ତି । ଗ୍ରାମର ସମସ୍ତଙ୍କ ଯୋଗାଯୋଗରେ ଏକ ନିଆରା ପର୍ବରୁପେ ପାଳନ କରି ଏହାର ବେସ୍ ମଜା ନେଉଥିବା ଦେଖିବାକୁ ମିଳିଛି । ଏହି ପର୍ବଟି ପ୍ରତି ବର୍ଷ ନଭେମ୍ବର ମାସ ପହିଲା ଏବଂ ମଧ୍ୟମରେ ପାଳିତ ହୋଇଥାଏ । ଏହାର ପରମ୍ପରା ଅନୁଯାୟୀ ଏହି ସମୟରେ ଗ୍ରାମର ଲୋକମାନେ କୈାଣସି ପିଆଜ ରସୁଣ ଏବଂ ତେଲଜାତୀୟ ଖାଦ୍ୟ ତଥା ଆମିଷ ଭୋଜନ କରନ୍ତିନାହିଁ । ଏଥିସହ ଅନ୍ୟ ଗ୍ରାମ କିବା ବଜାରର ଖାଦ୍ୟ ମଧ୍ୟ ସେବନ କରନ୍ତିନାହିଁ । ଏହି କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ ଅବସରରେ ଗ୍ରାମର ଲୋକମାନେ ନିତ୍ୟକର୍ମ ସାରି ନୂଆ ପୋଷାକ ପରିଧାନ କରନ୍ତି ଓ ଗ୍ରାମଠାରୁ ପ୍ରାୟ ୮ ରୁ ୯ କି.ମି ଦୂରରେ ତପ୍ତପାଣି ଆନିକଟ ଅବସ୍ଥିତ ମାଁ କନ୍ଧୁଣିଦେବୀଙ୍କୁ ଇଷ୍ଟ ଦେବୀ ରୂପେ ପୂଜିଥାନ୍ତି । ପ୍ରତି ବର୍ଷଭଳି ଏଥର ମଧ୍ୟ ମାଁଙ୍କ ନିକଟକୁ ଯାଇ ପୂଜା ଅର୍ଚ୍ଚନା କରିବାପରେ ଉଷ୍ମ ଜଳ କୁ ନିଜ ନିଜ ପରିବାର ମାଧ୍ୟମରେ କଳସରେ ପାଣି ଆଣିଥିଲେ l ପରେ ତୁଆଗୁଡ଼ା ଗ୍ରାମକୁ ପହଞ୍ଚି, ମିଳିତ କଳସ ଯାତ୍ରାରେ ପ୍ରତ୍ୟେକ ଗୃହ ପରିକ୍ରମା କରିଥିଲେ । ଏହି ସମୟରେ ଗ୍ରାମର ପୁଜକଭାବରେ ଶ୍ରୀ ଦଣ୍ଡପାଣି ବେହେରା, ମୋହନ ମଳିକ, ଅଲେଖ, କେଶବ ଓ କର୍ତ୍ତାଭାବରେ ଶ୍ରୀ ଗୟା ମଳିକ, ବିଜୟ, ରାମ ଏବଂ ପୁରୋହିତ ଶ୍ରୀ ତରଣି ସେନ ଦାସ, ଯଜ୍ଞ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଧା ଗୁଡା କ୍ରେନ୍ଦ୍ରର ସତସଙ୍ଗ ମଣ୍ଡଳୀର ସଭାପତି ଶ୍ରୀ ରବିନ୍ଦ୍ର ମଳିକ, ମୋହନା ପ୍ରେସ୍ କ୍ଳବର ବରିଷ୍ଟ ସମ୍ବାଦ ପତିନିଧି ଶ୍ରୀ ଲକ୍ଷ୍ମଣ ଚୌଧୁରୀ, ଆଇନଜିବୀ ଶ୍ରୀ ଦୁର୍ଯ୍ୟୋଧନ କରାଡ ଓ ସମାଜସେବୀ ତ୍ରିପତି ଶବର ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମଟିରେ ତୁଆଗୁଡ଼ାର ପ୍ରତ୍ୟେକ ବାପା ମାଙ୍କ ସହଯୋଗରେ ଦୁଇଦିନ ଧରି ଭାରତ ଳିଳା ଏବଂ ତୁଆଗୁଡ଼ା ଗ୍ରାମର ଯୁବକ ଓ ଯୁବତୀଙ୍କ ଦ୍ବାରା ମେଲୋଡି ଓ ଭଜନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା l