ଲୁହ ଝରାଇ ଅନୁଭୁତି ବଖାଣିଲେ ଛାତ୍ରୀ…..

ରା ଉଦୟଗିରି(ଆକାଶ ଦାସ): ସ୍ୱାସ୍ଥ୍ୟ – ସେବା ଓ ବନ୍ଧୁତାର ପ୍ରତୀକ ସ୍ୱରୂପ ଜୁନିଅର ରେଡକ୍ରସର ଦଶମ  ଜିଲ୍ଲାସ୍ତରୀୟ ଶିକ୍ଷା ଏବଂ ପ୍ରଶିକ୍ଷଣ ଶିବିର ରାୟଗଡ଼ ବ୍ଲକ ଅଧିନସ୍ଥ ନାରାୟଣପୁର ନୀଳମଣି ଉଚ୍ଚ ବିଦ୍ୟାଳୟଠାରେ ତା ୨୫ -୧୧ ଠାରୁ ୨୭-୧୧ ତିନି ଦିନ ଧରି ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ପାଳନ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୨୫୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଭାଷଣ ଆଦି ପ୍ରତିଯୋଗୀତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଅବସରରେ ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରୁ ସଂଯୁକ୍ତା ରଇତ(ନବମ) ପ୍ରାଥମିକ ଚିକିତ୍ସା ପ୍ରଦର୍ଶନରେ ପ୍ରଥମ ସ୍ଥାନ, ଦଳଗତ ନୃତ୍ୟରେ ପ୍ରଥମ ସ୍ଥାନ, ବିଭିନ୍ନ ସାମଗ୍ରୀ ପ୍ରଦର୍ଶନୀରେ ସୁଭସ୍ମିତା କାର୍ଯ୍ୟୀ (ସପ୍ତମ) ପ୍ରଥମ ସ୍ଥାନ, ରଚନା ଲିଖନରେ ଦ୍ବିତୀୟ ସ୍ଥାନ, ଭାଷଣରେ ତୃତୀୟ ସ୍ଥାନ, ଏବଂ ପୁନ୍ୟବତୀ ରଇତ(ନବମ) ସାଧାରଣ ଜ୍ଞାନରେ ଦ୍ବିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଆଦରର ପାତ୍ର ସାଜିବା ସହିତ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ଉକ୍ତ ଅବସରରେ ଆଜି ତା ୨୮-୧୧ ରେ ବିଦ୍ୟାଳୟର ପ୍ରାର୍ଥନା ସଭାରେ ନିଜର ସଫଳତାର ଅନୁଭୂତିକୁ ଉପସ୍ଥାପନା କରିବା ସମୟରେ ଛାତ୍ରୀ ସୁଭସ୍ମିତା କାର୍ଯୀ ଭାବବିହ୍ୱଳ ହୋଇ ଭୋ ଭୋ କାନ୍ଦି ପକାଇଥିଲେ । ଫଳରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ମାନଙ୍କ ଚକ୍ଷୁରେ ଲୋତକ ଭରି ଯାଇଥିଲା । ପରିଶେଷରେ ଏହି ସଫଳତା ପାଇଁ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଗାଇଡ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ଶିକ୍ଷୟତ୍ରୀ ଉଷାଦେବୀ ଜାନୀଙ୍କ ସମେତ କୃତୀ ଛାତ୍ରଛାତ୍ରୀ ଏବଂ ସହଯୋଗ କରିଥିବା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।