ତୁମୁଡିବନ୍ଧ ବ୍ଲକସ୍ଥିତ ଗୋଷ୍ଠୀ ଅନ୍ତର୍ନିବେଶି ଶିକ୍ଷା ସାଧନ କେନ୍ଦ୍ରରେ ଚାଲୁଥିବା ୩ ଦିନିଆ ପ୍ରଶିକ୍ଷଣ ଶିବିର ବର୍ଣାଳୀ ଉଦଯାପିତ……
ବାଲିଗୁଡା (ସିବନ୍ତ ଦିଗାଲ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଦତ୍ତ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ବ୍ଲକ ସ୍ତରୀୟ ତାଲିମ ଶିବିରରେ ଶତାଧିକ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଥିଲା l ସାମାଜିକ ଲିଙ୍ଗ ଭିତିକ ସମତା ଓ ପାଠ୍ୟକ୍ରମରେ ସାମିଲ ହେବାକୁ ଥିବା ଉଦେଶ୍ୟ ସମ୍ପର୍କରେ ପ୍ରଶିକ୍ଷାର୍ଥୀ ତାଲିମ ନେଇଥିଲେ l ଶିକ୍ଷା ସାଧନ କର୍ମୀ ଶ୍ରୀ ରିଙ୍କୁ ସାହୁ, କୁବେର ନାୟକ, ଜସ୍ମିନ ନାୟକ, ରଶ୍ମିତା ରାଣୀ ନାୟକ, ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ l ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପବିତ୍ର ଗଡ଼ତ୍ୟା, ବି ଆର ସି ସି ତଥା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜନାର୍ଦନ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ l ଆଗକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ସାମାଜିକ ଲିଙ୍ଗ ଭିତିକ ସମତା ସମ୍ପର୍କରେ ଶିକ୍ଷା ଦାନ ଦେବାକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ଉଦେଶ୍ୟରେ କାର୍ଯାକ୍ରମ ଆୟୋଜିତ ହୋଇ ଥିଲା l ସମାଜରେ ଦେଖା ଦେଇଥିବା ଏଭଳି କୁସ୍ଚିତ ଭାବନା ଦୁରେଇ ଦେବାକୁ ସଚେତନ ହେବା ଆବଶ୍ୟକ ବୋଲି ଅତିଥି ଶ୍ରୀ ପବିତ୍ର ଗଡ଼ତ୍ୟା କହିଥିଲେ l ଏହି ତାଲିମ ଶିବିରରେ ଶିକ୍ଷା ସାଧନ କର୍ମୀ ଶ୍ରୀ ରିଙ୍କୁ ସାହୁ, କୁବେର ନାୟକ, ନମିତା ପ୍ରଧାନ, ପ୍ରଭାତ ସାହୁ, ରଶ୍ମିତା ରାଣୀ ନାୟକ, ଜସ୍ମିନ ନାୟକ, ଦଶରଥ ମାଝୀ, ବାଳକୃଷ୍ଣ ମିଶ୍ର, ଦାରାସିଂ ବାରିକ, ବିବେକାନନ୍ଦ ପ୍ରଧାନଙ୍କ ସମେତ ଶତାଧିକ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ l