ରା.ଉଦୟଗିରି(ଆକାଶ ଦାସ): ଆଜି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ରାମଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ସରଗି ଫୁଲ ୨୦୧୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡାଙ୍କ ପୌରହିତ୍ୟରେ ମୂଖ୍ୟ ଅତିଥୀ ଭାବେ ମୋହନା ବିଧାୟକ ଦାସରଥୀ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଜୟ କୁମାର ଦାସ, ଶିକ୍ଷା ନିରିକ୍ଷକ ରମେଶ ଚନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ବିଡିଓ ଲରିମନ ଖର୍ସଲ, ସ୍ଥାନୀୟ ସରପଞ୍ଚ ସସ୍ମିତା କାର୍ଯ୍ୟୀ ପ୍ରମୁଖଙ୍କ ସହ ମୂଖ୍ୟ ବକ୍ତା ଭାବେ ମୂଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକରୀ ଜିଲ୍ଲା ପରିଷଦ ଡଃ ଗୁଣନିଧି ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ଜିଲ୍ଲାରୁ ବିଭାଗୀୟ ପ୍ରାୟ ୩୦୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ୧୩ ଗୋଟି ଇଭେଣ୍ଟରେ ନିଜର ପ୍ରତିଭା ଉପସ୍ଥାପନ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ଦିଆଗଲା । ପ୍ରଥମ ସ୍ଥାନ ଅଧୀକାର କରିଥିବା ଛାତ୍ରଛାତ୍ରୀ ଆଗାମୀ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ଲାଗି ବିବେଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ବାରା କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବାର ସରକାରଙ୍କ ଏକ ପ୍ରୟାସ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ପରିଡା । ଏ ସମସ୍ତ କାଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୀବ କୁମାର ନାୟକଙ୍କ ତତ୍ବାବଧାନରେ ହୋଇଥିବା ବେଳେ ଅଞ୍ଜିତ ପରିଛ୍ଛା, ପ୍ରଦିପ୍ତ ନାୟକ ଓ ଫିରୋଜ ଛିଞ୍ଚାଣିଙ୍କ ସହ ଆସିଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଗଣ ସହଯୋଗ କରିଥିଲେ ।