କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଭୂମିକା ଆନୁକୂଲ୍ୟରେ ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇ ଯାଇଛି । ଭୂମିକା ସଭାପତି ମଧୁସୂଦନ ସେଣ୍ଢଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭୂମିକା ଢେଙ୍କାନାଳର କଳାପରିଷଦ ସହ ଜିଲ୍ଲାର ବହୁ ନାଟ୍ୟକାର, ନାଟ୍ୟ ନିର୍ଦେଶକ ଓ ନାଟ୍ୟ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ l ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସଙ୍କ ଭାଷାରେ ନାଟକ ମାଧ୍ୟମରେ ଜୀବନ ଜିଇଁବା ଶିଖାଇଆସୁଅଛି । ମଣିଷ ଟିଏ ତିଆରି ହେବା ପାଇଁ ନାଟକ ମହୌଷଧି ପରି କାର୍ଯ୍ୟ କରେ ନାଟ୍ୟ ନିର୍ଦ୍ଦେଶକ ଶତ୍ରୁଘ୍ନ ମାଟି ନାଟକ ସମାଜକୁ ପରିବର୍ତ୍ତନ କଲାପରି ବାର୍ତ୍ତା ପ୍ରଦାନ କରେ ବୋଲି ମତ ଦେଇଥିଲେ । ସଂଗୀତ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତ ପ୍ରକାଶ କୁମାର ମହାନ୍ତି, ହାସ୍ୟଅଭିନେତା ଜଗଦୀଶ ତ୍ରିପାଠୀ, ଉପଦେଷ୍ଟା ଶ୍ରୀରାମ ରାଉତ ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକାରୀ ସଭାପତି ବାଳକୃଷ୍ଣ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦକ ହାଡିବନ୍ଧୁ ମହାନ୍ତି, ପଦ୍ମ ଚରଣ ମୁଦୁଲି, ଇନ୍ଦ୍ରଜିତ ପଟ୍ଟନାୟକ, ଗୋପାଳ ଚନ୍ଦ୍ର ନାଥ, ଅଥୟ କୁମାର ନାୟକ, ସୁନୀଲ ସାହୁ, ପଙ୍କଜ ଛୋଟରାୟ, ନିର୍ମଳ ନାୟକ, ସନ୍ତୋଷ ପ୍ରସାଦ ଦାଶ , ବିଶ୍ୱନାଥ ମହାନ୍ତି, ମୁନା ବାରିକ, ରାଜେଶ ସେଣ୍ଢ, ସିଲୁ ପଟ୍ଟନାୟକ, ବିରେନ ମହାନ୍ତି, ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।