ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ….

ଦାରିଙ୍ଗବାଡି(ଆଶୋକ ସିଂ)ତା: ୨୭/୦୯ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ  ସ୍ୱଚ୍ଛ ଭାରତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ଆହ୍ବାନ କ୍ରମେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବନବିଭାଗ କାର୍ଯ୍ୟାଳୟର ବାହାର ଓ ଭିତର ପାଖ ପରିବେଶକୁ ସଫା ସୁତୁରା କରିଥିଲେ l ପ୍ରତ୍ୟେକ କର୍ମଚାରୀଙ୍କୁ ଉତ୍ସାହ ପ୍ରଦାନ କରିବା ପାଇଁ  ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ନିଜେ ଝାଡୁ ଧରି ସଫେଇ କାର୍ଯ୍ୟ କରିଥିଲେ l ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅଳିଆ ଆବର୍ଜ୍ଜନାକୁ ସଫା କରାଯାଇଥିଲା l କାର୍ଯ୍ୟାଳୟର ଚତୁଃ ପାର୍ଶ୍ଵରେ ଥିବା ବୃକ୍ଷ ଶାଖା ଡାଳ ଗୁଡ଼ିକୁ ସଫା କରାଯାଇ ଥିଲା l ପ୍ରତ୍ୟେକ ଦିନ ସଫେଇ କର୍ମଚାରୀମାନେ ଝାଡ଼ୁ କରିବା କାର୍ଯ୍ୟ କରୁଥିଲେ  ମଧ୍ୟ ସମାଜକୁ ସ୍ୱଚ୍ଛତା ହିଁ ସେବାର ବାର୍ତ୍ତା ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି l ଏହା ଅକ୍ଟୋବର ୨ତାରିଖ ପର୍ୟ୍ୟନ୍ତ ଚାଲୁରହିବ ଓ ବିଭିନ୍ନ ସେକ୍ସନ୍ କାଟିଙ୍ଗିଆ, ଗଦାପୁର ଓ ମେରାମାହା ବିଟ ହାଉସ ପରିସରରେ ଏହି କାର୍ଯ୍ୟକ୍ରମ କରାଯାଇ ସଚେତନତା ସୃଷ୍ଠି କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ କାଟିଙ୍ଗିଆ ବନପାଳ ସରୋଜ ମଙ୍ଗରାଜ, ବ୍ରାହ୍ମଣୀଗାଁ ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ, ଗଦାପୁର ଅତିରିକ୍ତ ବନପାଳ ସଞ୍ଜୀବ କୁମାର ବେହେରା, ବନ ରଖି ମାର୍କ ମଲ୍ଲିକ ସମେତ ଅନ୍ୟ ସମସ୍ତ କର୍ମଚାରୀମାନେ ଯୋଗଦାନ କରିଥିଲେ ।