ଭଞ୍ଜନଗର(ନିଲୁ ବିଷୋୟୀ) : ଚିକିଟି ମଦମୃତ୍ୟୁ ପରେ ସାରା ରାଜ୍ୟରେ ଚୋରା ମଦ କାରବାର ନେଇ ଧରପଗଡ଼ ଚାଲିଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ ଜୋରଦାର ହୋଇଛି । ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ଜଗନ୍ନାଥପ୍ରସାଦ ଥାନା କୁମ୍ପାପଡା ଗ୍ରାମରେ ଚଢ଼ାଉ କରାଯାଇଛି । ଏହି ସମୟରେ ଏକ କାର୍ ସହ ୪୩ ଲିଟର ମଦ ଜବତ କରଛି ଅବକାରୀ ବିଭାଗ । ଏହି ଘଟଣାରେ ଅବକାରୀ ବିଭାଗ ସଞ୍ଜୟ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଜଗନ୍ନାଥପ୍ରସାଦ କୋର୍ଟ ଚାଲାଣ କରିଛି । ଚଢାଉରେ ଭଞ୍ଜନଗର ଅବକାରୀ ଥାନାଧିକାରୀ ଡମ୍ବରୁଧର ହରିଜନ, ଏସଆଇ ଅଲିଭା ମାଝି ଓ ମୋଜୀ ଶବର, ଏଏସଆଇ ନିରଞ୍ଜନ ବେହେରା, ଭୁବନି ବେହେରା, ରାମେଶ୍ୱର ବେହେରାଙ୍କ ସମେତ କ୍ରିଷ୍ଣା ଚନ୍ଦ୍ର ସେଠି ଓ ଜଗନ୍ନାଥ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।