ବାଇକ ପୋଡ଼ିଲେ ଦୁର୍ବୁତ୍ତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ ରାମକୃଷ୍ଣ ନଗରରେ ଭଡ଼ାରେ ରହୁଥିବା ବିବେକାନନ୍ଦ ପ୍ରଧାନଙ୍କ ହୋଣ୍ଡା ବାଇକକୁ ଦୁର୍ବୃତ ନିଆଁ ଲଗେଇ ଦେଇଥିଲା । ବିବେକାନନ୍ଦ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ଛାତ୍ର ଭାବେ ଏଠାରେ ରହି ଅଧ୍ୟୟନ କରୁଛନ୍ତି । ସେ ଗତ ଦୁଇ ମାସ ହେବ ଏଠାରେ ଅନ୍ୟ ଦୁଇଜଣ ସହପାଠୀଙ୍କ ସହ ରହୁଛନ୍ତି । ଗତ ରାତିରେ ତିନୋଟି ଗାଡ଼ି ଘର ସାମ୍ନାରେ ଥିବା ବେଳେ କେହି ବିଳମ୍ବିତ ରାତିରେ ଆସି ମଝିରେ ଥିବା ବିବେକାନନ୍ଦଙ୍କ ବାଇକକୁ ଟାଣିନେଇ  ନିଆଁ ଲଗେଇ ଦେଇ ଚାଲି ଯାଇଥିଲା । ରାତି ପ୍ରାୟ ୩ଟା ସମୟରେ ପୋଡ଼ା ଗନ୍ଧ ହେବାରୁ ଛାତ୍ରମାନେ ବାହାରକୁ ଆସି ବାଇକଟି ଜଳୁଥିବା ଦେଖି ନିଆଁ ଲିଭାଇବାକୁ ଚେଷ୍ଟା କଲା ବେଳକୁ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଆଜି ସକାଳେ ବିବେକ ଭଞ୍ଜନଗର ଥାନାରେ ଏସମ୍ପର୍କରେ ଅଭିଯୋଗ କଲାପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସି କ୍ୟାମେରା ଫୁଟେଜକୁ ଯାଞ୍ଚ ବେଳେ ଦୁର୍ବୁତ୍ତ ସମ୍ପର୍କରେ କୌଣସି ସଠିକ ସୂଚନା ମିଳିପାରି ନଥିବା ଜଣାପଡିଛି ।