ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସମଗ୍ର ଭାରତ ବର୍ଷର ସମ୍ବିଧାନ ପ୍ରଣେତା ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ୬୬ ତମ ବର୍ଷ ତିରୋଧାନ ଦିବସକୁ ଆଜି ଜାଗ୍ରତ କନ୍ଧମାଳ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବର ସହକାରେ ପାଳନ କରିଛି | ଜାଗ୍ରତ କନ୍ଧମାଳ ର ଏକ ବିରାଟ ଶୋଭାଯାତ୍ରା ସହିତ ଡ଼ଃ ଆମ୍ବେଦକର ରଥ ମାଦିକୁନ୍ଦା ଛକରୁ ବାହାରି କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ପହଞ୍ଚିଥିଲା ଓ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଆଜିର ତିରୋଧାନ ଦିବସର ମୁଖ୍ୟ ଅତିଥି ତଥା ଫିରିଙ୍ଗିଆ ତହସିଲଦାର ଏମ ଅନୁରାଧା ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ସ୍ୱୟଂ ଶାଡିତ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ୟୋତିର୍ମୟୀ ପ୍ରଧାନ, ସାନମାନିତ ଅତିଥିଭାବେ ଜାଗ୍ରତ କନ୍ଧମାଳର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି, ଟ୍ରେଡ଼ ଲେବର ୟୁନିୟନ କଂଗ୍ରେସର ସଭାପତି ଶ୍ରୀ ଘନ କୁମାର ଶବର ଓ ପୂଜାରୀ ଖଣ୍ଡାୟତ ସମାଜର ସଭାପତି ଶ୍ରୀ ଶ୍ୱେତବାନ ପୂଜାରୀ, ଖଜୁରୀପଡା ପଂଚାୟତ ସମିତିର ଉପାଧ୍ୟାକ୍ଷା ଶ୍ରୀ ଅମିତ କୁମାର ଡିଗାଲ , କନ୍ଧମାଳ ଶୁଦ୍ର ସମାଜର ଜିଲ୍ଲା ସଭାପତି ସଭାପତି ଶ୍ରୀ ଅରୁଣ କୁମାର ନାୟକ, ସିନେ ତାରକା ଶ୍ରୀ ଜଳନ୍ଧର ବେହେରା, କନ୍ଧ ଗୌଡ଼ ସମାଜର ସଭାପତି ଶ୍ରୀ ପ୍ରେମାନନ୍ଦ ମାଝୀ, ପଢ଼ୋଶୀ ବୌଧ ଜିଲ୍ଲାର ସମାଜ ସେବି ଶ୍ରୀ ଦଶରଥ ବେହେରା, ଆନ୍ତର୍ଜାତୀୟ ପାଣ ସମାଜର ସଭାପତି ମନ୍ମଥ ନାୟକ, ଶ୍ରୀମତୀ ମେନକା ଆରଜେଲି, ଶ୍ରୀମତୀ ମଞ୍ଜୁଶ୍ରୀ ପ୍ରଧାନ, ଅଧ୍ୟାପିକା ଶ୍ରୀମତୀ ୟୋତିର୍ମୟୀ ପ୍ରଧାନ, ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସମାଜ ସେବି, ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟନାରାୟଣ ବେହେରା, ଡ଼ଃ ସୀମାନାଥ ବାଘ, ସମାଜ ସେବି ଶ୍ରୀ ସୂର୍ଯ୍ୟନାରାୟଣ ବେହେରା ପ୍ରମୁଖ ଯୋଗଦାନ କରିଥିଲେ | ବାବା ସାହେବଙ୍କ ତିରୋଧାନ ଦିବସରେ ୭ ଜଣ ଆଦର୍ଶ ବିବେଚିତ ହୋଇଥିବା ମହିଳା ଯଥା ଏମ ଲୀନା ଚାନ୍ଦ, ଗୀତାଞ୍ଜଳି ସାହୁ, ଶୈଳବାଳା ପରିଡା, ସୁମତି ରଥ, ସୁବାସିନୀ ରଣ ଭାଇନସା, ରୁନୁ ବେହେରା, କୁନି ବେହେରାଙ୍କୁ ଫୁଲ ତୋଡ଼ା ସହିତ ମାନପତ୍ର ଓ ଉପଢୌକନ ବରଣ୍ୟ ମଂଚାସୀନ ମୁଖ୍ୟ ଅତିଥି ଏମ ଅନୁରାଧା ଓ ସାନମାନିତ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ସାନମାନିତ କରାଯାଇଥିଲା | ଏହାପରେ ଜିଲ୍ଲାର ସମାଜ ସେବି ଓ କଳାକାରମାନଙ୍କୁ ମଧ୍ୟ ମାନପତ୍ର ଦେଇ ସାନମାନିତ କରାଯାଇଥିଲା | ଏହାପରେ ଜାଗ୍ରତ କନ୍ଧମାଳର ଉଦ୍ଧେଶ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ଆବଗତ୍ତ କରାଯାଇଥିଲା | ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସରେ ଜାତି, ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ସମସ୍ତଙ୍କପାଇଁ ସଚେତନ କରାଇବା ସହିତ ସାମ୍ବିଧାନିକ ଅଧିକାର ପାଇବା ପାଇଁ ଲଢେଇ ଆରମ୍ଭ ହୋଇଛି | ଦେଶ ସ୍ୱାଧୀନତା ପାଇବାର ୭୬ ବର୍ଷରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ସାଧାରଣ ଜନତା ବର୍ତ୍ତମାନ ସୁଦ୍ଧା ପରାଧୀନ ତାର ସ୍ୱାଦ ଚାଖୁଛନ୍ତି l ସେମାନଙ୍କୁ ସମ୍ବିଧାନ ବିଷୟରେ ଅନ୍ଧାର ଭିତରେ ରଖାଯାଇଛି | ସମ୍ବିଧାନ ବିଷୟରେ ଜାଣିବାପାଇଁ ଜନସାଧାରଣଙ୍କୁ ସୁଯୋଗ ଦିଆଯାଉ ନାହିଁ | ଏଭଳି ବହୁ ଜିନିଷ ଲୁକ୍କାୟିତ ଅବସ୍ଥାରେ ରଖି ରାଜନେତା ଓ ପ୍ରଶାସନ କାର୍ଯ୍ୟ କରିଚାଲିଛି | ବର୍ତ୍ତମାନ ସୁଦ୍ଧା ସାଧାରଣ ଜନତା ନିଜର ମୌଳିକ ସୁବିଧା , ଅଧିକାର ପାଇବାରୁ ବଂଚିତ ହେଉଛନ୍ତି | ସମ୍ବିଧାନକୁ ସୁରକ୍ଷା ଦେବାପାଇଁ ଲଢେଇ କରୁଥିବା କନ୍ଧମାଳର ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ଶ୍ରୀ ଶରତ ସାହାଣୀ ଙ୍କୁ ମଧ୍ୟ ଆଜିର ମଞ୍ଚରେ ସାନମାନିତ କରାଯାଇଥିଲା | ଏଭଳି ବହୁ ଉଲ୍ଲଖନୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା | ଆଜିର କାର୍ଯ୍ୟକ୍ରମକୁ ଉପସଭା ପତି ଶ୍ରୀ ବିଚିତ୍ର ପ୍ରଧାନ, ଡ଼ଃ ସୋମବାର ବାଘ ସଭାକାର୍ଯ୍ୟ ପରିଚାଳନା କରିଥିଲେ |