ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ବିଡ଼ିପଡା ମାଟିର ସ୍ବର୍ଗତ କରୁସିନ୍ଧୁ ସାହାଣୀଙ୍କ ଜ୍ୟେଷ୍ଠ ସୁପୁତ୍ର ଶ୍ରୀ ବାମନ ଚରଣ ସାହାଣୀଙ୍କ ଆଜି କମେଣ୍ଡି ନୂଆଗାଁ ଯୁଗାପଦର ସ୍ଥିତ ନିଜ ବାସ ଭବନରେ ୭୬ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି l ଶ୍ରୀ ବାମନ ଚରଣ ସାହାଣୀ ୧୯୪୭ ମସିହା ନୋଭେମ୍ବର ୨୭ ସମ୍ଭିଧାନ ଦିବସରେ ଜନ୍ମ ଗ୍ରହଣ କରିଥିଲେ | ସେ ବାଲ୍ୟ କାଳରୁ ହିଁ ଶିକ୍ଷା କ୍ରୀଡା ଓ କଳା ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ଦେଖିବାକୁ ମିଳିଥିଲା ଏବଂ ସେ ଯୁବକ ଅବସ୍ଥାରେ ଶିକ୍ଷା ଗ୍ରହଣ କରିବା ସହିତ ବିଶିପଡା ଗ୍ରାମରେ ଏକ ଯୁବକ ସଙ୍ଘ ଗଠନ କରି ଗ୍ରାମରେ ନିଶା ନିବାରଣ, ଜଙ୍ଗଲ ସୁରକ୍ଷା, ଗାଁ ପରିମଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରିଥିବା ବହୁ ନଜିର ରହିଛି ଓ ବିଶିପଡା ଗ୍ରାମପଂଚାୟତର ପ୍ରଥମ ଗ୍ରାଜୁଏଟ ଭାବେ ବିଏ ପାସ କରି ସକ୍ଷରତା ବୃତିକୁ ଆପଣେଇଥିଲେ | ସ୍ବର୍ଗତ ବାମନ ଚରଣ ସାହାଣୀ କେବଳ ଜଣେ ସାଧାରଣ ଆଦିବାସୀ ମଙ୍ଗଳ ବିଭାଗରେ ଶିକ୍ଷକ ନ ଥିଲେ, ସେ ଥିଲେ ଜଣେ ମେଳାପୀ ଓ ସାହିତ୍ୟ ପ୍ରତି ତାଙ୍କର ସ୍ୱତନ୍ତ୍ର ରୂଚି ଥିଲା, ତାଙ୍କର ପଢିବା ଓ ଲେଖିବା ଥିଲା ତାଙ୍କର ଏକ ସ୍ୱତନ୍ତ୍ର ରୁଚି ଥିଲା ଓ କଳା ପ୍ରତି ତାଙ୍କର ଏତେ ଆନ୍ତରିକତା ଥିଲା ଯେ ୧୯୬୮ ମସିହାରେ ଫୁଲବାଣୀ ବ୍ଲକ ମଧ୍ୟରେ ସର୍ବ ପ୍ରଥମେ ” ଶେଷ ଶ୍ରାବଣ ” ସାମାଜିକ ନାଟକ ମଞ୍ଚସ୍ଥ କରିପାରିଥିଲେ | ଉକ୍ତ ନାଟକ ଉଦଘାଟନ କରିବା ପାଇଁ ପୂର୍ବ ନାମିତ ଫୁଲବାଣୀ ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ କରାଯାଇ ନାଟକର ଶୁଭ ମୁହୂରତକୁ ଉଦଘାଟନ କରି ପ୍ରଥମ ଥର ପାଇଁ ବିଶିପଡା ପଂଚାୟତ ବାସି ଏକ ସାମାଜିକ ନାଟକ ଦେଖିବାର ସୁଯୋଗ ପାଇ ଥିଲେ ଓ ସେହି ଦିନ ଠାରୁ ବର୍ତମାନ ସୁଦ୍ଧା ବିଶିପଡା ପଂଚାୟତରେ କଳା, ସଂସ୍କୃତିକୁ ବଂଚେଇ ପ୍ରତିବର୍ଷ ଲଙ୍କାପୋଡି ଯାତ୍ରା ସମୟରେ ସାମାଜିକ ନାଟକ ପରିବେଷଣ କରାଯାଉଛି | ସ୍ବର୍ଗତ ବାମନ ଚରଣ ସାହାଣୀ ଜଣେ ଏକାଧାରାରେ କଳାପ୍ରେମୀ, ପ୍ରକୃତି ପ୍ରେମୀ, ସାହିତ୍ୟିକ, ଗାଳ୍ପିକ, କବି ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ | ତାଙ୍କର ଅନେକ ଗୁଡିଏ ଅଭୁଲା ସ୍ମୃତି ବିଶିପଡାରେ ଓ ବର୍ତ୍ତମାନ ସ୍ଥିତ ବାସ ଭବନ ଯୁଗା ପଦରରେ ଜଡିତ ହୋଇ ରହିଛି | ବର୍ତମାନ ତାଙ୍କର ଶୋକ ସନ୍ତପ୍ତ ପରିବାର ମଧ୍ୟରେ ତାଙ୍କ ସହ ଧର୍ମିଣୀ ସତ୍ୟଭାମା ଓ ତିନି ପୁଅ ଅମୁ, ଚିନୁ ଓ ମିନୁ ଝିଅ ଗୀତା, ଲତା ଓ ମାମି ତାଙ୍କର ଉତ୍ତରାଧିକାରୀ ଭାବେ ଅଛନ୍ତି | ସ୍ବର୍ଗତ ବାମନ ଚରଣ ସାହାଣୀ ବା ସାହାଣୀ ସାରଙ୍କ ବିୟୋଗରେ ଯୁଗା ପଦର, ନୂଆଗାଁ ଓ ଜନ୍ମ ମାଟି ବିଶିପଡା ଅଞ୍ଚଳ ବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି |