‌ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ‌ବିଶୂ ଏଡ଼ସ ‌ଦିବସ ପାଳିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଜିଲ୍ଲା ସରକାରୀ ଆଇଟିଆଇ କଲେଜ ପରିସରରେ ଜିଲ୍ଲା ଜଜ ଶ୍ରୀ ସିତି କଣ୍ଠ ସାମଲଙ୍କ ନିର୍ଦ୍ଦେଶ ଅନୁସାରେ ‌ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ‌ବିଶୂ ଏଡ଼ସ ‌ଦିବସ ପାଳିତ ହୋଇଥିଲା l ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ରୟ ଯୋଗ ଦେଇଥିଲେ ଏବଂ ଜିଲ୍ଲା ବାର୍ ଆସୋସିଏସନ୍ ର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି  , ସରକାରୀ ମେଡିକାଲ ର ଏଡ଼ସ ରୋଗୀ  ସଚେତନତା କାର୍ଯ୍ୟକ୍ରମ ର   ସଂଯୋଜକ ଦେବାଶିଷ  ବାବୁ, ସ୍ବାତୀ ଅନୁଷ୍ଠାନର ‌ସଂପାଦକ ଶ୍ରୀ ହରିଶଙ୍କର ରାଉତ ଅନ୍ୟତମ ଅତିଥି ସରକାରୀ ଆଇଟିଆଇ କଲେଜ ଇନଚାର୍ଜ ଶୀ ନୃସିଂହ ମହାପାତ୍ର ପି,ଏଲ ଭି, ଡିଏଲସଏ ଅଶୋକ କୁମାର ପ୍ରଧାନ ଉକ୍ତ ସଭାରେ ଯୋଗଦେଇଥିଲେ l ମୂଖ୍ୟତ ଏଡ଼ସ ରୋଗର ନିରାକରଣ ‌ଓ  ସଚେତନତା ଉପରେ ବକ୍ତାମାନେ ‌ନିଜ ନିଜର ଅଭିଭାଷଣ ରଖି ଥିଲେ ଓ ‌ସରକାରୀ ହସ୍ପିଟାଲର ଦେବାଶିଷ ମିଶ୍ର  ସୁନ୍ଦର ଗୀତ ମାଧ୍ୟମରେ ଏଡ଼ସ ଉପରେ ସଚେତନତାର   ବାର୍ତ୍ତା  ପ୍ରଦାନ କରିଥିଲେ l ଶେଷରେ ଶୀ ନୃସିଂହ ଚରଣ ମହାପାତ୍ର ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l