ଜାତୀୟ ବିପର୍ଯ୍ୟୟ ପରିଚାଳନା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ “ଆପଦ ମିତ୍ର” ସ୍ବେଛାସେବୀ ବିପର୍ଯ୍ୟୟ ପ୍ରଶମନ ତାଲିମ କାର୍ଯ୍ୟକ୍ରମ ଆୟୋଜିତ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ସମନ୍ୱିତ ସଭାଗୃହ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କନ୍ଧମାଳଙ୍କ ଆୟୋଜନ କ୍ରମେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱରଙ୍କ ଦ୍ବାରା ଚଳିତ ମାସ ୦୨ ରୁ ୧୩ ତାରିଖ ପର୍ଯ୍ୟନ୍ତ ସ୍ବେଚ୍ଛାସେବୀ ମାନଙ୍କ ପାଇଁ ଜିଲ୍ଲା ସ୍ତରୀୟ ଆପଦ ମିତ୍ର ପ୍ରଶମନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଜିଲ୍ଲା ଆପାତଃ କାଳୀନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ମୁଖ୍ୟ ଅତିଥିଙ୍କୁ ସ୍ବାଗତ ଓ ପ୍ରଦୀପ ପ୍ରଜ୍ଵଳନ କରିଥିବା ବେଳେ କୋଡ଼ିନେଟର ଶ୍ରୀ ସୋରଜ୍ କୁମାର୍ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ଆପାତଃ କାଳୀନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ଉପସ୍ଥିତ ସ୍ବେଛାସେବୀମାନଙ୍କୁ ତାଲିମ କାର୍ଯ୍ୟକ୍ରମ ବିଷୟରେ ବର୍ଣ୍ଣନା କରିଥିଲେ ।
କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ୪୦ ଜଣ ସ୍ବେଛାସେବୀ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଶ୍ରୀ ଭଞ୍ଜନ କହଁର, ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ରତିକାନ୍ତ ସାହୁ, ମଞ୍ଚାସିନ ରହିଥିଲେ । ସମ୍ମାନିତ ଅତିଥି ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁରକ୍ଷା ବିଷୟରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟତଃ ସ୍ବାସ୍ଥ୍ୟ ଓ ଉଦ୍ଧାର ବିଷୟରେ ତାଲିମ ନେବା ପାଇଁ ପରାମର୍ଶ ଦେଇଥିବା ବେଳେ ମୁଖ୍ୟ ଅତିଥି ମଧ୍ୟ ନିଜ ବକ୍ତବ୍ୟରେ ଆପଦ ମିତ୍ର ତାଲିମ ନେଲା ପରେ ପ୍ରାଥମିକ ସ୍ଥରରେ ଯେକୌଣସି ଘଟଣା କିମ୍ବା ଦୁର୍ଘଟଣା ସ୍ଥଳରେ ପ୍ରଥମେ ପହଞ୍ଚିବେ । ତେବେ ବାତ୍ୟା କିମ୍ବା ଅନ୍ୟ କୌଣସି ଉଦ୍ଧାର କାର୍ଯ୍ୟ ସମୟରେ ବୁଦ୍ଧିର ସହିତ କାର୍ଯ୍ୟ କରିବା ପାଇଁ ତଥା ଜଣେ ଯଦି ପାଣିରେ ବୁଡି ଯାଉଛି ସେହି ସମୟରେ କେମିତି ଉଦ୍ଧାର କରିବେ ସେହି ବିଷୟରେ ବାର୍ତା ରଖିବା ସହିତ ସମସ୍ତ ବିଷୟକୁ ଭଲରେ ତାଲିମ ନେଇ ବିପର୍ଯ୍ୟୟ ସମୟରେ ନେଇଥିବା ତାଲିମର ଉଚିତ୍ ଭାବେ ସଦୁପଯୋଗ କରିପାରିବ ବୋଲି କହିଥିଲେ । ପରେ ଜାଗୃତି ସ୍ବେଛାସେବୀ ଅନୁଷ୍ଠାନର ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ଦଣ୍ଡପାଠ ଗ୍ରାମ୍ୟ ବିପର୍ଯ୍ୟୟ ଗଠନ ସମ୍ପର୍କରେ ମତ ପ୍ରକାଶ କରିଥିବା ବେଳେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ଘଟଣା ବିଷୟରେ କହିଥିଲେ ଓ ସ୍ବେଛାସେବୀ ମାନଙ୍କୁ ଉତ୍ତମ ସାହସର ସହିତ ତାଲିମ ନେବା ନିମନ୍ତେ ଉତ୍ସାହିତ କରିଥିଲେ । ବୌଦ୍ଧ ଓ ଫୁଲବାଣୀରୁ ଓଡ୍ରାଫ ଦଳ, ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଶିକ୍ଷକ ଉପସ୍ଥିତ ରହି ସ୍ବେଛାସେବୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଉଦ୍ଧାର କାର୍ଯ୍ୟ କରିବା ସେ ବିଷୟରେ ତାଲିମ ଦେବେ ଓ ପ୍ରତିଦିନ ଭିନ୍ନ ଭିନ୍ନ ତାଲିମ ଦାତାମାନେ ଯୋଗଦେଇ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ରହିଥିବା ସୂଚନା ରହିଛି । ତେବେ ଯେଉଁ ସ୍ବେଛାସେବୀ ଏହି ୧୨ ଦିନ ଆପଦ ମିତ୍ର ଭାବରେ ତାଲିମ ନେବେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗେଇ ଦିଆଯିବା ସହିତ ଆସନ୍ତା ଦିନମାନଙ୍କରେ ଆଉ ୩ ଟି ପର୍ଯ୍ୟାୟରେ ତାଲିମ ଦିଆଯିବ ବୋଲି ସୂଚନା ରହିଛି । ଆଜିର ଏହି ତାଲିମ ଶିବିରରେ କନ୍ଧମାଳ ଜିଲ୍ଲାର, କୋଟଗଡ, ଘୁ.ଉଦୟଗିରି, ଚକାପାଦ, ଦାରିଙ୍ଗବାଡି, କ.ନୂଆଗାଁ ବ୍ଲକର ସ୍ବେଛାସେବୀ ତାଲିମ ନେବା ନିମନ୍ତେ ଉପସ୍ଥିତ ରହିଥଲେ ।