ବିବାଦୀୟ ଜମିରେ ଖେଳ ପଡିଆରେ ନିର୍ମାଣକାର୍ଯ୍ୟ ଆରମ୍ଭକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ଆଠଜଣ ଆହତ, ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତୀ….
ଅନୁସନ୍ଧାନ ଭାରତ(ବ୍ୟୁର): ବିବାଦୀୟ ଜମିରେ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭକୁ ନେଇ ଗୋଷ୍ଠି ମଧ୍ୟରେ ସଂଘର୍ଷ I ମହିଳା ସମେତ ଆଠ ଜଣ ଆହତ ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ I ସୀମା ବିବାଦ ନେଇ ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ ଓ ବାଲିସୁଗାଁ ଗାଁରେ ପୂର୍ବରୁ ବହୁବାର ଗଣ୍ଡଗୋଳ ହୋଇଥିଲା I ପୁଲିସ ପ୍ରଶାସନ ଏବଂ ରାଜସ୍ବ ବିଭାଗ ହସ୍ତକ୍ଷେପ ପରେ ଉକ୍ତ ଜମିକୁ କେହିବି ନଯିବାପାଇଁ କୁହାଯାଇଥିଲା l ବିବାଦ ଥିବା ସତ୍ତ୍ୱେ ଉକ୍ତ ଜମିରେ ଠିକାଦାର ଅନ୍ୟ ଏକ ଗୋଷ୍ଠୀକୁ ଧରି ମହୁଲ ଗଛ, ଶାଳ ଗଛ କାଟି ଜେସିବି ଲଗାଇ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଅନ୍ୟଏକ ଗୋଷ୍ଠୀ ବିରୋଧ କରିବାରୁ ମାଡ଼ ମାରିବାରୁ ମହିଳା ସମେତ ଆଠଜଣ ଆହତ ହୋଇ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି I ଠିକାଦାର ଗୋଷ୍ଠୀର ମାଦିନାଟ ଗ୍ରାମବାସୀଙ୍କ ବିରୋଧରେ ବାଲିସୁଗା ଗ୍ରାମବାସୀ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି ଏନେଇ ପୁଲିସ ତଦନ୍ତଜାରି ରଖିଛି l ବିବାଦୀୟ ଜମିରେ ବିବାଦ ନଛିଣ୍ଡି ବ୍ଲକ ପ୍ରଶାସନ କିଭଳି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ଦେଉଛନ୍ତି I ସେନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି l