ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଯୁବକ ଯୁବତୀଙ୍କ ଅର୍ଦ୍ଧନଗ୍ନ ଓ ବାଉଁଶରେ ବନ୍ଧା ହୋଇ ଥିବା ଫୋଟ I ହେଲେ ଯୁବକଙ୍କ ପରିଚୟ ମିଳି ଥିବା ବେଳେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ I ଉଭୟଙ୍କୁ ଗାଁ ଦାଣ୍ଡରେ ଜନ ଗହଳି ମଧ୍ୟରେ ଚଲେଇ ଚଲେଇ ନେଉ ଥିବା ଦେଖା ଦେଇଛି I ହେଲା ଏହି ଘଟଣା କେଉଁ ସ୍ଥାନରେ ଘଟିଛି ଜଣା ପଡ଼ି ନାହିଁ I ଏନେଇ ଥାନାରେ ଅଭିଯୋଗ ହେବା ପରେ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି I
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି I ଫୋଟ ପାଇବା ପରେ ସାନଭାଇ ଲୁଲୁ ପ୍ରଧାନ ହୋଇ ଥିବା ଜାଣି ପାରି ଘୁ.ଉଦୟଗିରି ଥାନାରେ ଏତଲା ଦେଇଚ୍ଛନ୍ତି ବଡ଼ ଭାଇ ବୁଲୁ ପ୍ରଧାନ I ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁନ୍ଦାବାଜୁ ଗ୍ରାମର ବାସିନ୍ଦା ସ୍ବର୍ଗତଃ ଶ୍ରୀନିବାସ ପ୍ରଧାନଙ୍କ ସାନ ପୁଅ ଲୁଲୁ ପ୍ରଧାନ I ଗତ ୧୧ ତାରିଖରୁ ନିଖୋଜ ଥିଲେ I ପରିବାର ଲୋକେ ବହୁତ ଖୋଜାଖୋଜି କରି କୌଣସି ପତ୍ତା ପାଇନ ଥିଲେ I ହେଲ ହଠାତ ଲୁଲୁ ପ୍ରଧାନଙ୍କ ଏକ ଫୋଟ ମୋବାଇଲରୁ ମୋବାଇଲ ଘୁରିବୁଲୁ ଥିବା ଜାଣି ପାରି ଥିଲେ ପରିବାର ଲୋକ ଓ ଫୋଟ ମଧ୍ୟ ସଂଗ୍ରହ କରିଥିଲେ I ଶେଷରେ ଆଜି ଘୁ.ଉଦୟଗିରି ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି I ପରିବାର ଲୋକ ବହୁ ଖୋଜା ଖୋଜି ଏବଂ ଫୋନ ଯୋଗେ ଯୋଗାଯୋଗ ନ ମିଳିବାରୁ ଓ ମୋବାଇଲରେ ଏକ ଅର୍ଦ୍ଧନଗ୍ନ ଓ ବାଉଁଶରେ ଯୁବକ ଯୁବତୀଙ୍କ ହାତ ବନ୍ଧା ଫୋଟ ଦେଖି ତାଙ୍କ ଭାଇ ବୋଲି ଚି଼ହ୍ନଟ କରିବା ପରେ ଯଥା ସମ୍ଭବ ସାହାଯ୍ୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାନ ଭାଇ ବୁଲୁ ପ୍ରଧାନ I ଭାଇର ସନ୍ଧାନ ନିମନ୍ତେ ଖୋଜା ଖୋଜି ଆରମ୍ଭ ପରେ ହାତୀବାଲି ସାହିର ସୁରଥ ନାୟକ ନାମକ ଜଣେ ଯୁବକଙ୍କ ସହ କଲର ଦେବା କାମରେ କୁଆଡ଼େ ବାହାରକୁ ଯାଇଥିବା ଜାଣିବାକୁ ପାଇଥିଲେ I ଘଟଣାର ତଦନ୍ତ ପାଇଁ ପରିବାର ଲୋକ ଦାବୀ କରିଛନ୍ତି I ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ଖୋଜ ଖବର ମିଳି ପାରିନାହିଁ I