ଗୁଣପୁର ବ୍ଲକରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା……

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅଙ୍ଗନୱାଡ଼ି ଆସୋସିଏସନ୍ ତରଫରୁ ଲେଡିଜ୍ ୱର୍କରସ ଆନ୍ଦୋଳନ ବ୍ଲକ ପରିସରରେ ହୋଇଛି। ଅଙ୍ଗନୱାଡ଼ି ଆସୋସିଏସନ୍ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ ତରଫରୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ ଧର୍ମଘଟ ଜାରୀରହିବ । ଏହି ଧର୍ମଘଟ ଗୁଣପୁର ଆଇ.ସି.ଡି.ସ୍ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଗୁଣପୁର ଶ୍ରୀମତୀ ସଭାପତିତ୍ବରେ ଆୟୋଜିତ ବୈଠକରେ ମୂଖ୍ୟ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ, ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ, ଜିଲ୍ଲା ସଂପାଦିକା ଉଷାରାଣୀ ଦାଶ, ଗୁଣପୁର ବ୍ଲକ ସମ୍ପାଦିକା ସୁସୁମ ଦାସ ଗୁଣପୁର ବ୍ଲକ ସଭାପତି ମନୋଜ ଦାସ ଓ ଅଙ୍ଗନବାଡି କର୍ମୀମାନେ ଯୋଗଦେଇ ଅଙ୍ଗନବାଡି କର୍ମୀଙ୍କ ୮ ଦଫା ଦାବିକୁ ପୂରଣ କରିବା ପାଇଁ ଧାରଣାରେ ବସିଥିଲେ । ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖାକୁ ବିରୋଧ କରିବା ସହ ଦୃଢ଼ ବିରୋଧ କରିଥିଲେ । ସରକାରଙ୍କ ଓଜନ ସପ୍ତାହ କାର୍ଯ୍ୟକ୍ରମ କରିବା ଦ୍ଵାରା କର୍ମୀମାନେ ବିଭ୍ରାନ୍ତ ହେଉଥିବାରୁ ସେହି କାର୍ଯ୍ୟକ୍ରମକୁ ମୋବାଇଲ ମାଧ୍ୟମରେ ବନ୍ଦ କରି ସହ କାମକୁ ଖାତା ପତ୍ର ମାଧ୍ୟମରେ କରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଅଙ୍ଗନୱାଡ଼ି କର୍ମୀମାନଙ୍କ ଦରମା ବିଭାଜିତ ହୋଇ ପ୍ରଦାନ କରୁଥିବାରୁ ଦୃଢ଼ ବିରୋଧ କରାଯାଇଥିଲା l ଏପରିକି ଅଙ୍ଗନୱାଡ଼ି କର୍ମୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖାକୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ସ୍ଲୋଗାନ ଦେଇଥିଲେ l ଅଙ୍ଗନବାଡି କର୍ମୀଙ୍କୁ ୧୮୫୦୦ ଟଙ୍କା ଓ ସହକର୍ମୀ ମାଆଙ୍କୁ ୯୫୦୦ ଟଙ୍କା ଦରମା ବଢାଇବା ପାଇଁ ମଧ୍ୟ ଦାବିକରିଥିଲେ ।