ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ଦେଢ଼ ମାସ ଧରି ଚାଲିଥିବା ବିଜେଡ଼ିର ଜନ ସଂପର୍କ ପଡାଯାତ୍ର ଏବେ ଅନ୍ତିମ ପର୍ଯାୟରେ ପହଂଚିଲାଣି । ଏହି ପରିପ୍ରେକ୍ଷୀରେ ଆଜି ହୁଗୁଳାପଟା ଏବଂ ଗୁରୁଣ୍ଠି ପଞ୍ଚାୟତରେ ଗୋପାଳପୁର ବିଜେଡ଼ିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡା.ଗୋପବନ୍ଧୁ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉକ୍ତ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜିନ୍ଦାବାଦ ନାରା ଦେଇ ଉଭୟ ପଞ୍ଚାୟତର ଗ୍ରାମ ପରିକ୍ରମା କରିଥିଲେ । ବିଜେଡିର ୨୫ ବର୍ଷ ସରକାରରେ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବହୁତ ସୁନ୍ଦର ଭାବେ ଉପସ୍ଥାପନା କରାଇବା ସହ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଡା.ଗୋପବନ୍ଧୁ ଦାସ କହିଥିଲେ । ଆଜିର ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତିନିଧି ଅଜିତ କୁମାର ଦାସ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ଏସ ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ଡେ଼ପୁଟି ମେୟର ଇ ବିବେକ ରେଡ଼ି, ବ୍ଲକ ଉପାଧ୍ୟାକ୍ଷା ଅନିତା ମହାଙ୍କୁଡ, ବ୍ଲକ ଅଧକ୍ଷା ସିଏଚ.ଉଷାରାଣୀ, ଯୁବ ନେତା ତଥା ସମାଜସେବୀ ଏ.ସନ୍ତୋଷ ପାତ୍ର, ୫୪ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ରାମହରି ପାତ୍ର, ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳ, ଗୁରୁଣ୍ଠି ସରପଞ୍ଚ ମାଗତା ପାତ୍ର, ହୁଗୁଳାପଟା ସରପଞ୍ଚ ଜି ବାପେୟା, ହୁଗୁଳାପଟାର ପୂର୍ବତନ ସରପଞ୍ଚ ପ୍ରଦୀପ ମଲଣା, କୁକୁଡ଼ାଖଣ୍ଡିର ପୁର୍ବତନ ଭାଇସଚ୍ୟାୟାରମ୍ୟାନ ଲକ୍ଷ୍ମୀ ପ୍ରିୟା ସାହୁ, ସମିତି ସଭ୍ୟା ବବିତା ବରାଡ଼, ୧୦ନଂ ଜୋନ ଭାରତୀ ନାୟକ, ଗୁରୁଣ୍ଠିର ପୁର୍ବତନ ସରପଞ୍ଚ ମିନତୀ ପାତ୍ର, ଲୋଚପଡ଼ା ପୁର୍ବତନ ସରପଞ୍ଚ ମିନତୀ ବେହେରା, ବୋରିଗାଁର ପୁର୍ବତନ ସରପଞ୍ଚ ବସନ୍ତ ସାହୁଙ୍କ ସମେତ ଶତାଧିକ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ ।