୬ଟିକିଆ ହାତୀପଲ ଘଉଡାଇବାରେ ବନ ବିଭାଗ ବିଫଳ, ହାତୀ ସହ ସେଲ୍ଫି ଓ ଭିଡିଓ ନେଉଛନ୍ତି ଲୋକେ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ୬ଟିକିଆ ହାତୀ ପଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦିର୍ଘ ଦିନ ହେବ ଲିମାବେଡା ଓ ଗୁଡା ଅଞ୍ଚଳରେ ଏହି ହାତୀ ପଲ୍ଲ ଘୁରି ବୁଲୁଛନ୍ତି । ଯାହାକି ଉଭୟ ବନ ବିଭାଗ ଏବଂ ଚାଷିକୂଳଙ୍କ ସମସ୍ୟା ନୟାନ୍ତ ହୋଇ ପଡୁଥିବା ଦେଖିବାକୁ ମିଳୁଛି । ଦିନ ତମାମ ହାତୀପଲ ବଣ ଜଙ୍ଗଲରେ ରହୁଥିବା ସହ ନିକଟସ୍ଥ ସାନ ନଦୀରେ ରହି ସନ୍ଧ୍ୟା ହେବା ମାତ୍ରେ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବାରେ ଲାଗିଛନ୍ତି । କ୍ଷେତରେ ଫସଲ ଯେତିକି ଖାଉଛନ୍ତି ତା ଠାରୁ ଅଧିକ ଦଳି ଚକଟି ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଯାହାକି ଚାଷୀଙ୍କ ଚିନ୍ତା ବଢୁଥିବା ଅଭିଯୋଗ ହୋଇଛି । ରେଂଜେର ନୀଳମାଧଵ ପାଢ଼ୀଙ୍କ ନେତୃତ୍ୱରେ ବନ କର୍ମଚାରୀ ନିୟୋଜିତ ରହି ଖରା ଶୀତ କାକରେ ରାତ୍ର ଜାଗର ରହି ସୁରକ୍ଷା ନିମନ୍ତେ ନିୟୋଜିତ ରହିଛନ୍ତି । ହାତୀ ପଲ ଭୟରେ ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଜନସାଧାରଣ ଚଳ ପ୍ରଚଳ ନିମନ୍ତେ ଭୟ କରୁଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ହାତୀ ନିକଟକୁ ଯାଇ କିଛି ଲୋକେ ସେଲଫି ଉଠାଇବା ଭଳି ମାରାତ୍ମକ ପଦକ୍ଷେପ ନେଉଥିବା ବେଳେ ବନ ବିଭାଗ ସଚେତନ କରୁଥିବା ସତ୍ତ୍ୱେ  ଯୁବ ବର୍ଗ ଅମାନିଆ ହେଉଥିବା ନଜର ଆସୁଛି । ବର୍ତମାନ ମଣିଷ ଠାରୁ ହାତୀର ସୁରକ୍ଷା ଏବଂ ହାତୀ ଠାରୁ ମଣିଷର ସୁରକ୍ଷା ନିମନ୍ତେ ବନ ବିଭାଗକୁ ନାକେଦମ ହୋଇପଡୁଛନ୍ତି । ଉକ୍ତ ହାତୀ ପଲ ସହର ଉପକଣ୍ଠ ଲିମାମେଡା ଏବଂ ଏସପି ଗୁଡା ଅଞ୍ଚଳରେ ରହିଥିବା ବେଳେ ସହର ଭିତରକୁ ଯେଭଳି ପ୍ରବେଶ ନ କରିବ ସେଥି ପ୍ରତି ବନ ବିଭାଗ ସଜାଗ ରହୁଥିବା ଜଣାପଡିଛି ।