ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ଧରାକୋଟ ଗ୍ରାମପଞ୍ଚାୟତରେ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା ଦିନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ହୋଇଛି l ଉକ୍ତ ପଦଯାତ୍ରାରେ ନାରିନେତ୍ରୀ ଶ୍ରୀମତୀ ପୁନମ କହଁର, ଜିଲ୍ଲା ପରିଷଦ ନନ୍ଦିନୀ ମଲ୍ଲିକ, ଜିଲ୍ଲା ଯୁବ ମୁର୍ଚ୍ଛା ସଭାପତି ଶ୍ରୀ ସୁନିଲ ସେଠି ଓ ଧରାକୋଟ ପଞ୍ଚାୟତ ସରପଞ୍ଚ ଶ୍ରୀ ଶୁଭେନ୍ଦ୍ର ତଲମ୍ବା ଏବଂ ପୂର୍ବତନ ବିଧାୟକ ଶ୍ରୀ ରାଜୀବ ପାତ୍ରଙ୍କୁ ଧରାକୋଟ ପଂଚାୟତ ଗ୍ରାମର ଏକ ସହରୁ ଉର୍ଧ୍ଵ ଜନତା ଧରାକୋଟ ନୂଆ ସାହିରୁ ଗ୍ରାମପଞ୍ଚାୟତ ପାର୍ଶ ପଡିଆକୁ ପାଛୋଟି ନେଇଥିଲେ l ସେଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ବିଜେଡିର ଗାଁକୁ ରାସ୍ତା ମାଙ୍କୁ ସନମାନ ଓ ବିଯୁଜନତା ଦଳର ଉର୍ନତି ମୂଳକ କାର୍ଯ୍ୟକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ l ୨୦୨୪ରେ ବିଯୁଜନତା ଦଳକୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ ଜିଲ୍ଲା ସଭାପତି ।