ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ କୁଲାଡ଼ ପେଟ୍ରୋଲ ଫମ୍ପ ନିକଟରେ ଶୁକ୍ରବାର ରାତ୍ରରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଘଟି ଚାଳକ ( ପ୍ରମୋଦ କୁମାର ଗୌଡ଼ (୨୭) ଗୁରୁତର ଆହତ ହୋଇଛନ୍ତି। ସୂଚନା ପ୍ରକାରେ, ପ୍ରମୋଦ ରାତ୍ର ସମୟରେ ଉକ୍ତରାସ୍ତାରେ ଆସୁଥିବା ବେଳେ କୁଲାଡ଼ ପେଟ୍ରୋଲ ଫମ୍ପ ନିକଟରେ ଭାରସାମ୍ୟ ହରାଇ ବାଇକ ଟି ଦୁର୍ଘଟଣା ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରମୋଦଙ୍କୁ ଉଦ୍ଧାର କରି ସ୍ବେଚ୍ଛାସେବୀ ସଂଘଠନ ବିପଦର ବନ୍ଧୁ ସଦସ୍ୟ ମାନେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।