ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଠାରେ ଗ୍ରାମପଂଚାୟତସ୍ତରୀୟ ମହିଳା ମହାସଂଘର ଏକ ସ୍ୱତନ୍ତ୍ର ବୈଠକ ଶୁକ୍ରବାର ଅପରାହ୍ନରେ ମଧୁପୁରସ୍ଥିତ ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାନେତ୍ରୀ ନୀଲେନ୍ଦ୍ରୀ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାସଂଘର ବିଭିନ୍ନ କାର୍ଯ୍ୟକଳାପ ଓ ଆୟବୃଦ୍ଧି ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ବୈଠକ ଆରମ୍ଭରେ ସଂପାଦିକା ଅହଲ୍ୟା ମାଝୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ମହାସଂଘର ବିବରଣୀ ପଠନ କରିଥିଲେ । ଏମ୍ବିକେ ପ୍ରମିତା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଇସି ମେମ୍ବର ମୂଳ ସାହୁ, ସିଆର୍ପି ପଙ୍କଜିନୀ କରୁଆଁ, ଅନୀତା ପଧାନ, ମମତା ଗଉଡ, ପ୍ରମିଳା ମାଝୀ, ସରୋଜିନୀ ସାହୁ, ଗୁଣବତୀ ଗଉଡ, ଉଲପୀ ମାଝୀଙ୍କ ସମେତ ଅନ୍ୟ ଇସି ମେମ୍ବରମାନେ ଉପସ୍ଥିତ ଥିଲେ ।