ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ମୋ ହାଟ କାର୍ଯ୍ୟକ୍ରମ…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ମୋ ହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୩୭ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାର ସାମଗ୍ରୀ ଆଣି ବିକ୍ରି କରିଥିଲେ । ଖାଇବା ସାମଗ୍ରୀ, ପଢା ସମ୍ବନ୍ଧୀୟ ଜିନିଷ ବ୍ୟତୀତ ଛାତ୍ରଛାତ୍ରୀ ବ୍ୟବହୃତ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି କରିଥିଲେ ।ବହୁ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ କ୍ରୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଅରୁଣ କୁମାର ଷଡଙ୍ଗୀ ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ, ସୁକନ୍ୟା ନାୟକ, ସ୍ମୃତି ରଞ୍ଜନ ବେହେରା, ଗୀତାଞ୍ଜଳୀ ଚୌଧୁରୀ, ସରିତା ସାହୁ, ଦୀପିକା ପଟ୍ଟନାୟକ, ରାଜ ଲକ୍ଷ୍ମୀ ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ଦଳବେହେରା, ପି ଏଲ ସ୍ମୃତି ରେଖା ପାତ୍ର, ସୁକାନ୍ତି ପ୍ରଧାନ, ସୁଦୀପ୍ତ ବିଶ୍ବମ୍ବଦା ବେହେରା, ଅନିତା ସାହୁ, ବିଷ୍ଣୁ ପ୍ରିୟା ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ସ୍ୱାବଲମ୍ବୀ ହେବା ସହ ଗଣିତ ଭିତ୍ତିକ ଜ୍ଞାନ ଆହରଣ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।