ଭଞ୍ଜନଗରରେ କାର୍ତ୍ତିକେଶ୍ୱରଙ୍କ ଭସାଣି ଉତ୍ସବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଭେଜିପୁଟ ବଡ଼ଦାଣ୍ଡ ସାହିରେ ଦୀର୍ଘ ୭ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା କାର୍ତ୍ତିକେଶ୍ୱରଙ୍କ ମୃଣୟୀ ମୂର୍ତ୍ତି ଭସାଣୀ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ବିରାଟ ପଟୁଆରରେ ଡିଜେ ବାଜାର ତାଳେ ତାଳେ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପଟୁଆର ସହର ପରିକ୍ରମା କରିବା ପରେ ନିକଟସ୍ଥ ଜଳଭଣ୍ଡାରରେ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଞ୍ଜନଗର ଅଞ୍ଚଳରେ ଚଳିତ ବର୍ଷ ଏହି ପୂଜା ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ୧୦୮ ଆଳତି ଓ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ପୂଜା କମିଟିର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ ।