ତିଳିସିଙ୍ଗି ପଞ୍ଚାୟତ ଠାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ତାରସିଂ ଥାନା ଆମ ପୁଲିସ ସମିତିର ବୈଠକ ତିଳିସିଙ୍ଗି ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ଗୁଣିଗାରେଡି, ଅନ୍ଧବିଶ୍ୱାସ, ଅନ୍ଲାଇନ୍ ଠକେଇ, ଅସାମାଜିକ କାଯ୍ୟକଳାପ, ନାବାଳିକା ବିବାହ, ଘରୋଇ ହିଂସା ଆଦି ରୋକିବା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସଚେତନତା ବଢିଲେ ବିଭିନ୍ନ ଠକେଇରୁ ରକ୍ଷା ପାଇ ପାରିବେ ବୋଲି ଉପସ୍ଥିତ ଗ୍ରାମବାସୀଙ୍କୁ ଥାନା ଅଧିକାରୀ ଶ୍ରୀ ଦାସ ସଚେତନତାର ବାର୍ତ୍ତା ଦେଇଥିଲେ । ସେହିପରି ବାଇକ ଚଲେଇବା ସମୟରେ ହେଲମେଣ୍ଟ ବ୍ୟବହାର, ପଲିଥିନ ବ୍ୟବହାର ନକରିବା, ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା, ସ୍ୱଚ୍ଛ ଭାରତ କାଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା । ଆୟୋଜିତ ବୈଠକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଗ୍ରାମବାସୀ, ଅଙ୍ଗନବାଡ଼ି, ଆଶା କର୍ମୀ ଓ ଯୁବବର୍ଗଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।