ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନୃତ୍ୟମ କଳା ଗବେଷଣା କେନ୍ଦ୍ରରେ ନୃତ୍ୟମର ୨୦୨୨ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବାସ ପୋଲାଇ (ହିଞ୍ଜିଳିକାଟୁ ପୌର ଅଧ୍ୟକ୍ଷ), ସମ୍ମାନିତ ଅତିଥି ଭାବେ ଗୁରୁ ଉମା ଆଚାରି (ବ୍ରହ୍ମପୁର), ସୁଚିତ୍ରା ପଣ୍ଡା (ପୌର ଉପାଧ୍ୟକ୍ଷ ), ଦ୍ଵିତି କୃଷ୍ଣ ସାବତ (ନୃତ୍ୟମର ଆଇନ ପରାମର୍ଶ ଦାତା), ପବିତ୍ର ମୋହନ ପାଣିଗ୍ରାହୀ , ନୀଳମଣି ପଟ୍ଟନାୟକ (ନୃତ୍ୟମର ସଭାପତି ) ଭାବେ ଆସନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାର ଦାୟିତ୍ଵ ନୃତ୍ୟମ ଅନୁଷ୍ଠାନ ର ଉପସଭାପତି ରତ୍ନାକର ସେୟ ନେଇଥିବା ବେଳେ ଉପସ୍ଥାପନର ଦାୟିତ୍ଵ ଶିବାନନ୍ଦ ବାରିକ ନେଇଥିଲେ । ବିଶ୍ଵ ଦରବାରରେ ପୁରସ୍କୃତ ଅନନ୍ୟା ଚଳଚ୍ଚିତ୍ରର କଳାକାର ଓ ନୃତ୍ୟମର ବରିଷ୍ଟ ବ୍ୟକ୍ତି ବିଶେଷ୍ୟମାନଙ୍କୁ ସମ୍ମାନିତ ନୃତ୍ୟମ ଦ୍ଵାରା କରାଯାଇଥିଲା । ଅନନ୍ୟା ଚଳଚ୍ଚିତ୍ର ଅଭିନେତ୍ରୀ ସୋନମ ସାହୁ ଓ ଅଭିନେତା ମଧୁସୂଦନ ମିଶ୍ର ଓ ଲେଖକ ପ୍ରିୟମ୍ବଦା ପଟ୍ଟନାୟକଙ୍କୁ ସମ୍ମାନିତ କରିବା ସହିତ ନୃତ୍ୟମ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀଯୁକ୍ତ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ନିକଟ ସମୟରେ ସେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହା ଆମ ଅନୁଷ୍ଠାନ ତଥା ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର କଥା । ଅନୁଷ୍ଠାନର ସୁଖ ଦୁଃଖର ସାଥୀ ଭାବେ ସେ ସବୁ ବେଳେ ଜଡ଼ିତ ହୋଇ ରୁହନ୍ତି । ଏହା ଅନୁଷ୍ଠାନ ପାଇଁ ଏକ ଗୁରୁତ୍ଵ ପୂର୍ଣ୍ଣ କଥା । ଅନୁଷ୍ଠାନର ସଭାପତି ଅନୁଷ୍ଠାନର ଭିତ୍ତିଭୂମି ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ l ଶେଷରେ ନୃତ୍ୟମ ଅନୁଷ୍ଠାନର ନିର୍ଦ୍ଦେଶକ କ୍ରିଷ୍ଣା ଡ଼ିକେ ସଚେତନତା ଧର୍ମୀ ଚଳଚ୍ଚିତ୍ର ଅଙ୍ଗୀକାରକୁ ପୌର ଅଧ୍ୟକ୍ଷ ସୁବାସ ପୋଲାଇଙ୍କୁ ପ୍ରଦାନ କରିଥିଲେ l