ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବ୍ଲକ ଶିକ୍ଷକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୪ ଦଫା ସମ୍ବଳିତ ଏକ ସ୍ମାରକ ପ୍ରଦାନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଭେଙ୍କେଟେଶ୍ୱର୍ ମନ୍ଦିର ଠାରୁ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ହାତରେ ପ୍ଳାଗ କାର୍ଡ ଧରି ସ୍ଲୋଗାନ୍ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ତତ୍ ପରେ ସେଠାରୁ ବାହାରି ଗୁଣପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ସେହିପରି ବ୍ଲକ ଓ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ୬ ବର୍ଷ ଧରି ଠିକା ଚାକିରି ଭାବେ କାର୍ଯ୍ୟ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମୂଳ ଚାକିରିରେ ଗଣନା କରିବା ସହ ୬ ଟି ଇନକ୍ରିମେଣ୍ଟ ପ୍ରଦାନ କରିବା , କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକଙ୍କୁ ଉପଯୁକ୍ତ ମାନ୍ୟତା, ପୁରୁଣା ପେନସନର ପୁନଃ ପ୍ରଚଳନ ଓ ଏକ୍ସ କ୍ୟାଡର୍ ପ୍ରଥାର ବିଲୁପ୍ତ କରି ସେମାନଙ୍କୁ କ୍ୟାଡର୍ ଭୁକ୍ତ କରିବା ଭଳି ଦାବି ନେଇ ଶୋଭାଯାତ୍ରା କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ଏହି ଆନ୍ଦୋଳନ ବ୍ଲକ ଶିକ୍ଷକ ନେତା ଟନି ମହାପାତ୍ର, ସଞ୍ଜୀବ ପଟନାୟକ, ନିରାକାର ସାହୁ, ପ୍ରକାଶ ଜେନା, ଦଳପତି ଶବର ଓ ପ୍ରମୋଦ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଥିଲେ ।