ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ କେନ୍ଦ୍ରୀୟ ସମବାୟ ସମିତି ନିର୍ଦେଶକ ନିର୍ବାଚନରେ ବିଜୟ ଲାଭ କରିବା ଅବସରରେ ରାୟଗଡ଼ ଜିଲ୍ଲା ଗୁଣୁପୁର ଓ ରାୟଗଡା ନିର୍ବାଚନ ମଣ୍ଡଳୀରେ ବିଜେଡି ସମର୍ଥିତ ପ୍ରାର୍ଥୀ ଏକତରଫା ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ବିଷମକଟକ ନିର୍ବାଚନ ମଣ୍ଡଳୀରୁ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇଥିଲେ । ସମସ୍ତ ପ୍ରାର୍ଥୀ ଓ ସଭ୍ୟ ଜିଲ୍ଲା ସଭାପତି ଶ୍ରୀ ସୁଧୀର ଦାଶଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବିଜୟ ଲାଭ ଖୁସିରେ ଗୁଣପୁର ବିଜୁ ଜନତା ଦଳର କର୍ମୀ ଗୁଣପୁର ସହର ବାଇପାସ୍ ଛକ ନିକଟରେ ବାଣ ଫୁଟାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ନାରା ଦେବା ସହ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ଏଥିରେ ନଗର ସଭାପତି ରାମ ପଣ୍ଡା, ସୁଧାକର ସତପଥୀ, ରିଣ୍ଟୁ ଦାସ, ମୁଣାପାଣି, ଇସମାଇଲ, ରାଜେଶ କୁମାର ପଣ୍ଡା, ସନ୍ତୋଷ କୁମାର ଗୁରୁ, ମାର୍କ ଦଲବେହେରା, ଶିବ ପାଢ଼ୀ, ରାବନା ବାବୁ, ଶିବା ବାବୁ, ଅଶୋକ ଶତପଥୀ ଓ ବାସା ଶତପଥୀଙ୍କ ଅନେକ ସମର୍ଥିକ ଓ ବିଜୁପ୍ରେମୀ ଯୋଗଦେଇଥିଲେ ।