ଜିଆଇଇଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରର ଜାତୀୟ ସେବା ଯୋଜନା ପକ୍ଷରୁ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଏକତା ଦିବସ ବିଶ୍ଵ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ.ବି.ଶ୍ରୀନିବାସ ରାଓ ସବୁଜ ପତକା ଦେଖାଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକ ଓ କର୍ମଚାରୀ ବୃନ୍ଦଙ୍କୁ ନେଇ ଡ଼ିନ ଏକାଡେମୀକ ଡ଼ଃ ଏ ଭି ଏନ ଏଲ ଶର୍ମା ସମ୍ବିଧାନର ଦାଇତ୍ୱବୋଧ ଓ ନୀତି ଗୁଡ଼ିକ ପାଳନ କରିବା ପାଇଁ ଶପଥ ପାଠ କରାଇଥିଲେ । ଏଥିରେ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଡ଼ିନ ଜଗଦୀଶ ଏମ ପରୀକ୍ଷା ନିରୀକ୍ଷକ ପି. ବିଜୟ କୁମାର, ଡେପୁଟି ରେଜିଷ୍ଟ୍ରାର ଶିବ ପ୍ରସାଦ ତ୍ରିପାଠୀ, କମ୍ପୁଟର ସାଇନ୍ସ ବିଭାଗର ଡେପୁଟି ଡ଼ିନ ସଞ୍ଜୟ କୁମାର କୁଅଁର, ଗୋପାଳ କୃଷ୍ଣ ମହାନ୍ତି, ରାଧା କୃଷ୍ଣ ପାଢ଼ୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନଶୁ ଶେଖର ରଥ, ତାପସ ଛୁଆଲ ସିଂ, ପ୍ରଫେସର ଭି.ଗଣେଶ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସିଟିଓ ତ୍ରିଲୋଚନ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।