ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା କାଶିନଗରବ୍ଲକ ଜୋନ ନମ୍ବର-୨ର କିଡିଗାମ, ହାଡୁଭଙ୍ଗୀ, ଖାରଡା, କେ ସିତାପୁର, ସିଧାମଡଙ୍ଗ ଓ ରାଣିପେଣ୍ଠ ଗ୍ରାମପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲାର ବିଜେଡ଼ି ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ, ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ, କାଶିନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟମ୍ମା, କାଶିନଗର ଏନଏସି ଅଧ୍ୟକ୍ଷା ଶ୍ରୀମତି ଏମ ସୁଧାରଣୀ, ବିଜେଡ଼ି ନେତା ବସନ୍ତ ଦାସ, ବରିଷ୍ଟ ନେତା ଏସ ଗଜପତି ରାଓ, ଏଡିସି ଅଧ୍ୟକ୍ଷା ମୋରିୟମ ରଇତ, ବିଜେଡ଼ି ରାଜ୍ୟସମ୍ପାଦକ ଶ୍ରୀ ମରୁତ ପାଲ, ଜୋନ- ୬ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଏସ.ବାଳରାଜୁ, ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ପୂର୍ଣବାସୀ ନାୟକ ମହିଳା ଉପସଭାପତି ଶ୍ରୀମତୀ ସଞ୍ଜୁକ୍ତା ବେହେରା, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଏବଂ ବହୁନେତା ଯୁବ ଛାତ୍ର ମହିଳା, ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଇଥିଲେ l