ଜାତୀୟ ମାନବାଧିକାର ଆୟୋଗର ଅଧକ୍ଷ ଭାବେ ଦାୟିତ୍ୱ ନେଲେ ବିଚାରପତି ଜଷ୍ଟିସ୍‍ ଅରୁଣ କୁମାର ମିଶ୍ର…

ଅନୁସନ୍ଧାନ ଭାରତ(ବ୍ୟୁର): ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଅରୁଣ କୁମାର ମିଶ୍ର ଆଜି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍‍ ମିଶ୍ରଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି I ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଜଷ୍ଟିସ୍‍ ମିଶ୍ରଙ୍କ ନାମ ସୁପାରିଶ କରିଥିଲା I ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଲୋକସଭା ବାଚସ୍ପତି ଓମ୍‍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ରାଜ୍ୟସଭାରେ ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖାଡ୍‍ଗେ ସଦସ୍ୟ ରହିଛନ୍ତି I ଜଷ୍ଟିସ୍‍ ମିଶ୍ର ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରୁ ବିଚାରପତି ଭାବେ ଅବସର ଗ୍ରହଣ କରିଥିଲେ I