ଟିକାବାଲି ବ୍ଲକ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଟିକାବାଲି ବ୍ଲକ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଟିକାବାଲି ବ୍ଲକର ଗୋଷ୍ଟି ଉନୟନ ଅଧିକାରୀ ଫକୀର ଚରଣ ପରିଡ଼ାଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି I ସରକାର ସାମ୍ବାଦିକଙ୍କୁ କୋଭିଡି ଯୋଦ୍ଧା ଭାଵରେ ଘୋଷଣା କରିଥିଲେ ସୁଧା ଜିଲ୍ଲାରେ ଅନେକ ସମୟରେ ସାମ୍ବାଦିକମାନେ ଦୁର୍ବ୍ୟବହାର ଏବଂ ମରଣାନ୍ତକ ଆକ୍ରମଣର ଶିକାର ହେଉ ଛନ୍ତି I ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲାର ପ୍ରତ୍ୟକ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକରିଆଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆଜି ଟିକାବାଲି ବ୍ଲକ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଜିଲ୍ଲାପାଳଙ୍କ ଉଧେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରିଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି I ଯେପରି ଭାବରେ ଆଗାମୀ ଦିନରେ କାର୍ଯ୍ୟରତ ସାମ୍ବାଦିକମାନେ ଆକ୍ରମଣ ଏବଂ ଅସଦ ବ୍ୟବହାରର ଶିକାର ନ ହୁଅନ୍ତି ସେଥି ପ୍ରତି ଜିଲ୍ଲା ପ୍ରଶାସନ ସଚେତନତା ହେବା ଆବଶ୍ୟକ ବୋଲି ଏହି ଦାବୀ ପତ୍ରରେ ଉଲ୍ଲେଖ ହୋଇଛି I ଏହା ସହ ଜିଲ୍ଲାର ଅନେକ କର୍ଯ୍ୟରତ ସାମ୍ବାଦିକ ଟୀକାକରଣରୁ ବଞ୍ଚିତ ହୋଇଛନ୍ତି I ସେମାନଙ୍କୁ ତୁରନ୍ତ ଟୀକା ଦେବା ସହ ଗୋପବନ୍ଧୁ ବୀମା ଯୋଜନାରେ ସାମିଲ କରିବା ପାଇଁ ମଧ୍ୟ ଦାବୀ କରିଛନ୍ତି ଟିକାବାଲି ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ I