ଭଞ୍ଜନଗର ଅ‌ଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷଣ ଆରକ୍ଷୀ ବାହିନୀ ପକ୍ଷରୁ ୬୩ ତମ ପୁଲିସ ସହୀଦ ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଅ‌ଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷଣ ଆରକ୍ଷୀ ବାହିନୀ ପକ୍ଷରୁ ୬୩ ତମ ପୁଲିସ୍‌ ସହିଦ୍‌ ସ୍ମୃତି ରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତନରଡ଼ା ସ୍ଥିତ ପୁଲିସ୍‌ ବାଟାଲିଆନ୍ ରିଜର୍ଭ ପଡ଼ିଆ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାଟାଲିଆନ୍ କମାଣ୍ଡେଣ୍ଟ୍‌ ଲିଙ୍ଗରାଜ ମିଶ୍ର ଯୋଗଦେଇ ଅନୁଷ୍ଠିତ ପ୍ୟାରେଡ଼୍‌ରେ ଅଭିବାଦନ ଗ୍ରହଣ କରିବା ସହ ପୁଲିସ୍‌ର କାର୍ଯ୍ୟ ଦକ୍ଷତା ଓ ଉପଲବ୍ଧି ସଂର୍ପକରେ ଆଲୋକପାତ କରିଥିଲେ । ଏଥି ସହ ସାରା ଭାରତରେ ପୁଲିସ୍‌ ସେବା କ୍ଷେତ୍ରରେ କାର୍ଯ୍ୟରତ ପୁଲିସ୍‌ କର୍ମଚାରୀ ଓ ଅଧିକାରୀମାନଙ୍କ କର୍ତ୍ତବ୍ୟ ନିଷ୍ଠା, ତ୍ୟାଗ, ବଳିଷ୍ଠ ଅବଦାନ ମାନବ ସମାଜ ପାଇଁ ପ୍ର‌େରଣାଦାୟୀ ବୋଲି ପ୍ରକାଶ କରିଥିଲେ । ଏଥିରେ ଡେପୁଟି କମ୍ପାଣ୍ଡେଣ୍ଟ୍‌ ଉମେଶ ଚନ୍ଦ୍ର ଜେନା, ବିଭୂତି ଭୂଷଣ ପରିଡା ଉପସ୍ଥିତ ରହିଥିଲେ । ନିଜର କାର୍ଯ୍ୟ ସମ୍ପାଦନା କରିବା ସମୟରେ ଦେଶରେ ଗତ ଏକ ବର୍ଷ ମଧ୍ୟରେ ୨୬୨ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ସେମନଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଯବାନ ହେଲେ ସହିଦ ସତ୍ୟକାନ୍ତ ଚମ୍ପତି, କୌବର୍ତ୍ତ ମାଝୀ ଏବଂ ସୀତାରାମ ମୁର୍ମୁ ରହିଥିବ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ l