ଓ.ଏ.ଏସ୍ କୃତକାର୍ଯ୍ୟ ଫାଲଗୁନି କୁମାରଙ୍କୁ ସମ୍ବର୍ଦ୍ଧନା……

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲାର ଭଞ୍ଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଡିହପଢାଳ ଠାରେ ଓ.ଏ.ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ଛାତ୍ର ଫାଲଗୁନି କୁମାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼.ପ୍ରଦୀପ କୁମାର ପଟନାୟକ, ସଂପାଦକ ପଦ୍ମନାଭ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ତଥା ସମସ୍ତ ଗୁରୁଜୀ ଗୁରୁମା ଶୁଭେଚ୍ଛା ଜଣାଇଛନ୍ତି । ଫାଲଗୁନି କୁମାର ୨୦୧୧ ମସିହାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳରୁ ୯୩℅ ଶତକଡା ନମ୍ବର ହାସଲ କରି ୧୦ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।