ସାମ୍ୱାଦିକଙ୍କ ମାତୃ ବିୟୋଗ….

ଅନୁସନ୍ଧାନ ଭାରତ(ବ୍ୟୁର): ବରିଷ୍ଠ ସାମ୍ବାଦିକ ସୀମାଞ୍ଚଳ ନାହାକଙ୍କ ମାତୃ ଶ୍ରୀମତୀ ଚନ୍ଦ୍ରମା ନାହାକ ହିଞ୍ଜିଳିକାଟୁ ସ୍ଥିତ ନିଜ ବାସଭବନରେ ଗୁରୁବାର ସନ୍ଧ୍ୟାରେ (୮୧) ବର୍ଷ ବୟସରେ ପରଲୋକଗମନ କରିଥିବା ଜଣାଯାଇଛି l ସେ ଜଣେ ଧର୍ମପରାୟଣା ମିଷ୍ଟବାସୀ ଓ ପରଉପକାରୀ ମହିଳା ଥିଲେ l ତାଙ୍କର ଶେଷ କୃତ୍ୟ ପୁରୀ ସ୍ବର୍ଗଦ୍ବାର ଠାରେ ସମ୍ପନ୍ନ ହୋଇଥିଲା l ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ୪ ପୁଅ ରବୀନ୍ଦ୍ର ନାହାକ ଦେବେନ୍ଦ୍ର ନାହାକ,ପ୍ରସନ୍ନ ନାହାକ, ସୀମାଞ୍ଚଳ ନାହାକ, ଝିଅ ଭାରତୀ ଜେନା, ଜ୍ବାଇଁ ପ୍ରଶାନ୍ତ କୁମାର ଜେନା, ନାତି ନାତୁଣୀ ପୁତ୍ରବଧୂମାନେ ଉପସ୍ଥିତ ଥିଲେ l