ବାଲିଗୁଡାରେ ନୂତନ ଉପଜିଲ୍ଲାପାଳ ଭାବେ ଏମ.ଏସ ମଧୁସ୍ମିତାଙ୍କ ଦାୟିତ୍ୱ ଗ୍ରହଣ……..

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବେ ଏମ.ଏସ ମଧୁସ୍ମିତା ଦାୟିତ୍ୱ ଗ୍ରହଣ କରିଛନ୍ତି l ଏମ ଏସ ମଧୁସ୍ମିତା ୨୦୨୦ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଭାପ୍ରସେ ) ଟ୍ରେନିଂ ସାରି ବାଲିଗୁଡା ଉପଜିଲ୍ଲାପାଳ ରୂପେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି | ବାଲିଗୁଡା ଉପଜିଲ୍ଲାପାଳ ରୂପେ ଦାୟିତ୍ୱ ଗ୍ରହଣ କଲାପରେ ବାଲିଗୁଡାର ଉପଖଣ୍ଡ ଉନ୍ନୟନ କାର୍ଯ୍ୟ ଓ ଆଇନ ଶୃଙ୍ଖଳା ପ୍ରତି ପ୍ରାଥମିକତା ଦେବେ ବୋଲି ଏମ ଏମଧୁସ୍ମିତା ପ୍ରତିକ୍ରିୟାରେ କହିଛନ୍ତି | ବାଲିଗୁଡା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅତିରିକ୍ତ ଜିଲ୍ଲାପାଳ ରୁପେ ଯାଜପୁରକୁ ବଦଳି ହୋଇଛି | ଉପଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ ବାଲିଗୁଡା ଉପଖଣ୍ଡରେ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନା ଗୁଡିକ ପ୍ରତି ଗୁରୁତ୍ୱ ପ୍ରଦାନ କରି ଲୋକଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ | ନୂତନ ଉପଜିଲ୍ଲାପାଳ ଏମ ଏ ମଧୁସ୍ମିତା ଏଥି ସହିତ ବାଲିଗୁଡା ବିଜ୍ଞପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ନିର୍ଦେଶ ରହିଛି |