ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକ ଅଧିନସ୍ଥ ବାରଖମାର ସଂଖ୍ୟାଲଘୁ ଖ୍ରୀଷ୍ଟ ଧର୍ମର ଧର୍ମ ଯାଜକ ଆଦମ କୁମାର ଦିଗାଲଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟଛି l ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯିବା ସହ ମୃତ୍ୟୁକୁ ନେଇ ଅଶାନ୍ତି ଦେଖା ଦେଇଛି l ସୁଚନା ଅନୁସାରେ ଆଜି ସକାଳେ ଧର୍ମ ଯାଜକ ଆଦମ କୁମାର ଦିଗାଲ ଚର୍ଚ୍ଚ କାର୍ଯାକ୍ରମ ପାଇଁ ସାଉଟିକିଆକୁ ବାଇକ ଯୋଗେ ଯାଉଥିଲେ l ଏହି ସମୟରେ ବାଲିଗୁଡ଼ା ଥାନା ଅଧିନସ୍ଥ ପଦ୍ମାପଦର ଝୁଲାବ୍ରିଜ୍ ନିକଟସ୍ଥ ଡ୍ରାଇପାଙ୍ଗା ନିକଟରେ ଧର୍ମ ଯାଜକଙ୍କ ଉପରେ ଗଛ ପଡ଼ି ଥିଲା l ଯାହାରି ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିଲା l ଖବର ପାଇ ପରିବାର ଲୋକ ଓ ପୁଲିସ ସେଠାରେ ପହଂଚି ଥିଲା ।
ଏହାକୁ ନେଇ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବୀରେ ୫୯ନଂ ଜାତୀୟ ରାଜପଥର ବାଲିଗୁଡ଼ା ଗାନ୍ଧୀ ଛକରେ ଶବ ରଖି ରାସ୍ତା ଅବରୋଧ କରି ଥିଲେ । ସୂଚନା ପ୍ରକାରେ ବାରଖମା ଗ୍ରାମର ଆଦମ ଦିଗାଲ ସାଉଟିକିଆ ଗ୍ରାମକୁ ଯାଉଥିବା ବେଳେ ପଦ୍ମାପଦର ଝୁଲାବ୍ରିଜ୍ ନିକଟସ୍ଥ ଡ୍ରାଇପାଙ୍ଗା ନିକଟରେ ରାସ୍ତାକଡ଼ରେ କୌଣଶି ଜଣେ ବ୍ୟକ୍ତି ଗଛ କାଟୁଥିଲେ l ଏହି ସମୟରେ ଗଚ୍ଛ ଆଦମଙ୍କ ଉପରେ ପଡ଼ିଯାଇଥିଲା । ଘଟଣାର ସଠିକ୍ ତଦନ୍ତ କରିବା ସହ ମୃତ୍ୟୁବରଣ କରିଥିବା ଆଦମଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ଅଞ୍ଚଳବାସୀ ଓ ସମ୍ପର୍କୀୟ । ପ୍ରଶାସନ ପାଖରୁ ପ୍ରତିଶୃତି ମିଳିବା ପରେ ରାସ୍ତା ଅବରୋଧ ହଟି ଥିବାର ସୁଚନା ମିଳିଛି l