ମୃଦୁ ପାନୀୟରେ ଭାସୁଛି କୀଟ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହରର ବିଭିନ୍ନ ଦୋକାନମାନଙ୍କରେ ବହୁଳ ଭାବେ ବିକ୍ରି ହେଉଥିବା ମୃଦ ପାନୀୟରେ ବିଷାକ୍ତ କୀଟ ଭାସୁଥିବା ଦେଖିବାକୁ ମିଳିଛି । ମାନ ପରୀକ୍ଷଣ ଓ ଗୁଣବତ୍ତା ଯାଞ୍ଚ ନକରି ଅନୁମତି ପ୍ରଦାନ କାରି ସଂସ୍ଥାମାନେ ଅନୁମତି ପ୍ରଦାନ କରୁଥିବାରୁ ଏହି ଭଳି ଘଟଣା ଦେଖିବାକୁ ମିଳୁଛି । ଏହି ମୃଦୁ ପାନୀୟ ପ୍ରସ୍ତୁତକାରୀ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନମାନେ ଅତ୍ୟନ୍ତ ବେପରୁଆ ଓ ଖାମଖିଆଲ ଭାବରେ ଏହି ପରି ପାନୀୟ ପ୍ରସ୍ତୁତ କରି ଉପଭୋକ୍ତାମାନଙ୍କ ଜୀବନ ସହିତ ଖେଳ ଖେଳୁଥିବା ଅନୁଭବ ହେଉଛି । ଏଥି ନିମନ୍ତେ ଅନୁମତି ପ୍ରଦାନକାରୀ ସରକାରୀ ସଂସ୍ଥା ଓ ସଂପୃକ୍ତ ଅଧିକାରୀମାନେ ନିଜ ପକେଟ ଗରମ କରି ଆବଶ୍ୟକୀୟମାନ ପରୀକ୍ଷା ନକରି ଅନୁମତି ପ୍ରଦାନ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଛତୁ ଫୁଟିଲା ଭଳି ଏହିଭଳି ପ୍ରତିଷ୍ଠାନ ଗଢି ଉଠିଲାଣି । ସଂପୃକ୍ତ ଘଟଣାର ତଦନ୍ତ କରି ପ୍ରସ୍ତୁତକାରୀ ସଂସ୍ଥା ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଉପଭୋକ୍ତାମାନଙ୍କ ସ୍ଵାସ୍ଥ୍ୟ ଓ ଜୀବନ ରକ୍ଷା ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି ।