ତୁମୁଡ଼ିବନ୍ଧ ବ୍ଲକ ସ୍ଥିତ ଧୂବୁଳାଖମନ ପ୍ରାଥମିକ ବିଦ୍ୟାଳୟଠାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ସ୍ଥିତ ଧୂବୁଳାଖମନ ପ୍ରାଥମିକ ବିଦ୍ୟାଳୟଠାରେ ଏକ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୧ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହୁ କାର୍ଯ୍ୟକ୍ରମକୁ ଉନ୍ମୋଚନ କରିଥିଲେ l ଉକ୍ତ କାର୍ଯକ୍ରମ ଚତୁର୍ଥ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ କନିଷ୍ଠ (ଜୁନିଅର )ଏବଂ ଅଷ୍ଟମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ବରିଷ୍ଠ (ସିନିଅର )ମାନଙ୍କୁ ନେଇ କରାଯାଇଥିଲା l ଚତୁର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ସୃଜନଲିଖନ, ସଂଗୀତ, ହସ୍ତାକ୍ଷର, ପ୍ରସଙ୍ଗରେ ପ୍ରତିଯୋଗିତା କରାଯାଇଥିବା ବେଳେ ଦିବ୍ୟାଙ୍ଗ ପାଇଁ ଚିତ୍ରାଙ୍କନ, ସଂଗୀତ, ଏହି ଦୁଇଟି ପ୍ରସଙ୍ଗରେ ପ୍ରତିଯୋଗିତା କରାଯାଇଥିଲା l ଏଥିରେ ପ୍ରାୟ ୧୫ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହୁ, ମିଳିତ ଶିକ୍ଷକ ସଂଙ୍ଗର ସଭାପତି ଶ୍ରୀ କୁମର ପାରାସେଟ, ଗୋଷ୍ଠୀ ସାଧନ କର୍ମୀ ଶ୍ରୀ ସିପାନ ମାଝୀ, ସନାତନ ସାହୁ, ସାଇପିଅନ ମଣ୍ଡଳ, ରମେଶ ବେହେରା, ବରିଷ୍ଟ ଶିକ୍ଷକ ସଲମି ଦିଗାଲ, ପ୍ରଭାତ କୁମାର ସାହୁଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ l